STORYMIRROR

Anupama Sahu

Romance

4  

Anupama Sahu

Romance

ଆମ ସମ୍ପର୍କ

ଆମ ସମ୍ପର୍କ

1 min
246


ଏ ସଂସାରରେ 

ବଂଚି ହୁଏନା ଆଦୌ ବି

ନିଶାଟେ ନ ଲାଗିଲେ

ଦେହ ଓ ମନରେ, 

ବଢି ହୁଏନା ଆଗକୁ ଟିକିଏ ବି ତ

ସୁଖଟେ ମିଳିବାର ଆଶାଟେ

ନ ଗଜୁରିଲେ...॥

ଆସ ପ୍ରିୟା ମୋର ଏବେ

ସଂପର୍କର ଏ ମାଦକ 

ନିଶାରେ ଝୁମିବା ..

ତନ୍ମୟ ଦେହ ଦେବାଲୟର

କୋଲପ ଫିଟାଇ

ଚିନ୍ମୟ ମନର ପ୍ରତିମାକୁ 

ହୃଦ ବେଦୀରେ ଅଭିଷେକ 

କରିଦେବା ମନ୍ମୟ ହୋଇ  

ଆକାଶକୁ ଚୁପୁଡ଼ି ଦେଇ

ଅୟୂତଭାର କାଦମ୍ବରୀ

ଆଉ ଲକ୍ଷେ ପାରିଜାତ 

ଚଢାଇ ଦେବା

ପଦ୍ମ ତୋଳା ଗାଇ ଗାଇ

ପଦ୍ମ କେଶରରେ ବନ୍ଦିଥିବା

ଦୁର୍ଲଭ ପ୍ରୀତିସଂପର୍କକୁ 

ମୁକ୍ତ କରି ମୋକ୍ଷ ପ୍ରାପ୍ତ ହେବା ..

ଏଇଦେଖନା ଏବେ

ମାହେନ୍ଦ୍ର ବେଳା ହେଲା ଉପନୀତ

ପୂର୍ବାକାଶ ଦିଶିଲା ଲୋହିତ,

ଦେହଖୋଜା ଚାଲିଥିବ

କେତେକାଳ ଆଉ ଯେ ?

ମନର ଅସୀମିତ ଭଉଁରୀ ଭିତରେ

ହଜିଯାଉଥିବା..ଚଉଷଠିଥର

ଚନ୍ଦ୍ରକଳାର ଚାଳନା

ଶିଖାଏ ଏ ନିଶା ପରା .

ମୁଗ୍ଧ ଅବୟବକୁ ଲମ୍ବାଇ ଦିଏ

ପୃଥିବୀରୁ ଆକାଶ

ଆକାଶରୁ ମାଟିକୁ .. ॥

ଜହ୍ନଛୁଆଁ ଏଇ ମନ

ଦେଖାଏ ସପନ,

ସଂପର୍କର ମହୁଲି ନିଶାରେ ଆଚ୍ଛନ୍ନ

ହୃଦୟର ଡେଣାକୁ ଫିଟାଏ

ଓଠରେ ନିଃଶଦ୍ଦ ସ୍ପର୍ଶରେ 

ନିଷିଦ୍ଧାଞ୍ଚଳରେ..

ଏ ସଂପର୍କର ନିଶାର ପ୍ରଭାବେ

ଆଖିର ଲୁକ୍କାୟୀତ ଆବେଗିକ

ଅବଦମିତ ଭାଷା ପଢିହୁଏ 

ଅସମୟରେ, ନିସର୍ତ୍ତରେ, ଅଦିନରେ

ଇନ୍ଦ୍ରଧନୁର ସପ୍ତରଙ୍ଗ ମଖାଏ

ବିଶ୍ଵାସର ଅନନ୍ତ ଆକାଶେ,

ପ୍ରତିଶୃତି ଲୋଡ଼ୁଥାଏ ଖାଲି

ମୁଠାଏ ବିହ୍ଵଳ ଭାବର-

ଅଭିମାନ ସବୁ ବହିଯାଏ ଝରଝର

ଏଇ ତୀବ୍ର ନିଶା ସଂପର୍କର .. ॥

ପ୍ରେମଭେରୀ ଵଜାଅ ..ଏଥର

ପ୍ରେମାମୃତ ରସ ଢାଳି ଢାଳି 

ଏ ସଂପର୍କ କୁହୁକର ନିଶା 

ଅନୁକ୍ଷଣେ ଖୋଜିବସେ ଉଷୁମ ମହକର ଆଶା, 

ହୃଦରେ ହୃଦକୁ ମିଶା,

ଏ ସଂପର୍କର ନିଶା

ଅଵସନ୍ତେ ମଳୟ ବୁହାଏ

ହେନା ମଲ୍ଲୀ ପେନ୍ଥା ପେନ୍ଥା 

ଫୁଟାଇ ବାସ ଛୁଟାଏ

ଅରବିନ୍ଦ ଅଶୋକ

ଚୂତ ନବମଲ୍ଲିକା ଆଉ ନୀଳୋତ୍ପଳ

ଫୁଲଶରର ତୀକ୍ଷ୍ମ ଆଘାତରେ

ପଞ୍ଚମ ତାନରେ

କୁହୁକୁହୁ ଗାଉଥିବା

କୋଇଲିକୁ ନିମନ୍ତ୍ରଣ ବି ଦିଏ କରିବାକୁ ଅଭିସାର

ଏ ତନୁତୀର୍ଥର 

ଆଉ ପ୍ରୀତିମଗ୍ନା ମୁକୁଳା ମନର

ନିଜକୁ ହଜାଇ ଦେଇ

ନିଜ ପରିଧିରେ ବାରବାର

ଏ ପରା ତୃଷାତୁର

ନୀଳନିଶା ଆମ ସଂପର୍କର ॥


विषय का मूल्यांकन करें
लॉग इन

Similar oriya poem from Romance