ଆମ ପ୍ରିୟ ବସୁଧା
ଆମ ପ୍ରିୟ ବସୁଧା
ଆହା କି ସୁନ୍ଦର ବସୁଧା ମୋହର,
ଗର୍ଭେ ଭରିଅଛି ରତ୍ନର ଭଣ୍ଡାର ।
ବୃକ୍ଷ ଲତା ଭରା ତାହାର ଶରୀର,
ପଦ ଧୌତ କରେ ସୁନୀଳ ସାଗର ।
ମୁକୁଟ ସମାନ ପର୍ବତ ଶିଖର,
ତହୁଁ ବହୁଅଛି ସୁଶୀତଳ ଝର।
ତିନି ଭାଗ ଜଳ ଏକ ଭାଗ ସ୍ଥଳ,
ସେଥିପାଇଁ ବିଶ୍ବ ବ୍ରହ୍ମାଣ୍ଡେ ବିରଳ।
ଦେହେ ଭରିଅଛି ପଶୁ-ପକ୍ଷୀ-କୀଟ,
ସଭିଙ୍କ ମଧ୍ୟରେ ସମ୍ପର୍କ ଅତୁଟ।
ନୀଳ ଗ୍ରହ ବୋଲି ବିଶ୍ୱରେ ବିଦିତ,
ଶ୍ରେଷ୍ଠ ଜୀବ ବୋଲି ମାନବ ନାମିତ ।
ସୂର୍ଯ୍ୟ ଚନ୍ଦ୍ର ଦୁହେଁ ନୟନ ସଦୃଶ,
ଦିନ ଓ ରାତି ରେ ଢାଳନ୍ତି ପ୍ରକାଶ ।
ଷଢ ଋତୁ ବିଜେ କରନ୍ତି ଧରାରେ,
ଧରା ଶୋଭା ପାଏ ଋତୁ ଅନୁସାରେ ।
ସର୍ବଂସହା ସେ କରେନା ଅଭିମାନ,
କୁମଣିଷ କିଂତୁ କରଇ ଦୋହନ।
ବସୁଧା କଷ୍ଟକୁ ମଣିଷ ବୁଝେନା,
ଦଣ୍ଡ ଦେବ ଅସହ୍ୟ ହେଲେ ଯାତନା।
