STORYMIRROR

AJIT KIMAR TRIATHY

Abstract Others

3  

AJIT KIMAR TRIATHY

Abstract Others

ଆମ ଓଡ଼ିଶା

ଆମ ଓଡ଼ିଶା

1 min
12.1K


ଆମେ ଓଡିଆ ଭାରି ବଢିଆ 

ଓଡିଆ ଆମ ଭାଷା

ଭିନ୍ନ ଆମର ଚାଲି ଚଳଣି

ବିଭିନ୍ନ ବେଶଭୂଷା ।୧।

ସଂସ୍କୃତି ଆମ ସଭ୍ୟତ ଆମ

ଭାଇଚାରା ଏକତା

ଠାକୁର ଯାର ଶ୍ରୀ ଜଗନ୍ନାଥ

ନଥାଏ ଜାତି ପ୍ରଥା ।୨।

ଓଡିଶୀ ଗୀତ ତାହାର ନୃତ୍ୟ

ବିଶ୍ବ ସାରା ବିଦିତ

ସ୍ବାଭିମନୀ ସେ ଓଡ଼ିଆ ପୁଅ

ସଂଗ୍ରାମୀ,ସତ୍ୟବ୍ରତ ।୩।

ଯୁଦ୍ଧରେ ଯାର ଶକ୍ତି ଅପାର

ଆୟୁଧ ତଲଵାର

କଳିଙ୍ଗ ଯୁଦ୍ଧେ ଶହୀଦ ହେଲେ

ଛୁଟିଲା ରକ୍ତ ଧାର ।୪।

ସେଇ ରାଜ୍ୟର ଜନତା ଯେତେ

ସରଳ ସଦାଚାର

ସାଧୁତା ଆଉ ସଚୋଟ ପଣେ

ସଂସାରେ ଧୁରନ୍ଦର ।୫।

ଖଣି ଖଦାନ ପର୍ବତ,ବନ

ପ୍ରାଚୁର୍ଯ୍ୟ ଭରପୁର 

ଶସ୍ୟ ଶାମଳା ,କଟି ମେଖଳା

ତଟିନୀ ସତଧାର ।୬।

ପାଦ ଧୋଉଛି ସାଗର ଏଠି

ପବିତ୍ର ଯାର ନୀର

ବିଶ୍ବ ବିକ୍ଷାତ ରଥ ଯାତରା

ବିଜେ ତିନି ଠାକୁର ।୭।

କଳା,ସ୍ତପତ୍ୟ ମନ୍ଦିର ଗାତ୍ର

ଅତ୍ୟନ୍ତ ମନୋହର

କୀର୍ତ୍ତି ଅପାର କୋଣାର୍କ ଯାର

କାରୁକାର୍ଯ୍ୟ ଭାସ୍କର ।୮।

ସାଧବ ପିଲେ ସଉଦା କଲେ

ସାତ ଦରିଆ ପାର 

ବିଦେଶ ଗଲେ ବୋହି ଆଣିଲେ

ଧନ ରତ୍ନ ଅପାର ।୯।

ବାର ମାସରେ ତେର ପରବ

ଧର୍ମ,କର୍ମ ବିଶ୍ୱାସ

ଶାନ୍ତି ସଂହତି ଅହିଂସା ନୀତି

ତଥାପି ଆଜି ନିସ୍ଵ ।୧୦।

      (୨)

ଆତ୍ମ ବିଶ୍ୱାସ ଧୈର୍ଯ୍ୟ ସାହସ

ଅତ୍ୟନ୍ତ ବୀରବର

ଆମ ଓଡ଼ିଶା ଆହା କି ଦଶା

ଅଭାବ ଅନାହାର ।୧୧।

ଗର୍ବ ଗୌରବ ଗାରିମା ସର୍ବ

ଗଲାଣି ରସାତଳ

ପାଞ୍ଚ ଟଙ୍କାରେ ପଡି ଖାଉଛୁ

ଟଙ୍କାକରେ ଚାଉଳ ।୧୨।

କର୍ମ କୁଢିଆ ନିକମ୍ମା ହୋଇ

କରିଲୁ ଟାଉଟର

ପାଇସା ନେଇ ଭୋଅଟ ଦେଲୁ

ବୋଲାଉ ପାରିବାର ।୧୩।

କାମ ନକରି ଘରେ ବସିଲୁ

ପାଠ ପଢି ବେକାର

ଦାଦନ ଖଟି ବିଦେଶ ଗଲୁ

ଓଡିଶା ଆମ ଘର ।୧୪।

ମଦ ପିଇଣ ମାତାଲ ହେଲୁ

ଗୁଣ୍ଡା,ଚୋର ତସ୍କର 

ମହିଳା ଙ୍କର ଇଜ୍ଜତ ନେଲୁ

ଅରଜି ତିରସ୍କାର ।୧୫।

ଝିଅ ବୋହୂ ଏ ଛାଡିଲେ ଶାଢ଼ୀ

ଅଧା ଲଙ୍ଗଳା ବେଶ

ଦେଢଶୁର ଓ ଶଶୁର ଭୁଲି

କରିଲେ ଉପ ହସ ।୧୬।

ଘର ରନ୍ଧଣା ରୁଚେନି ଜମା

ଖାଇଲେ ଫାଷ୍ଟଫୁଡ

ଗାଡି ଧରିଲେ ବଜାର ଗଲେ

ବିଗିଡିଗଲା ମୁଡ।୧୭।

ଦୂର ଦର୍ଶନ ଦେଲେ ଧିଆନ

ଫୋନ ଚାଟିଙ୍ଗ କରି

ପାର୍କ ଉଦ୍ୟାନ କଲେ ଭ୍ରମଣ

ମନ୍ଦିରେ ମଜା କରି ।୧୮।

ଭାଗବତ ଓ ପୁରାଣ ପାଠ

ପାଷୋରି ଗଲେ ଆଜି

ତାଆସ ଖେଳ ମରଦ ମେଳ

ଅତୀତ ଗଲା ହଜି ।୧୯।

ଆମେ ଓଡ଼ିଆ କେତେ ବଢିଆ

ଆଉ ନାହିଁ ସେ ଯଶ

ଅଭିଶାପ କି ଆଶୀର୍ବାଦ ଏ

ଆଗାମୀ ଇତିହାସ ।୨୦।


Rate this content
Log in

Similar oriya poem from Abstract