ଆମ ଘର ଆମ ସଂସାର
ଆମ ଘର ଆମ ସଂସାର
ସଂସାରୀମଣିଷ କେତେତା'ଆୟୁଷ
ତଥାପି ହସୁଛି ହସ ,
ଦୁଃଖରେସୁଖରେ ରହିସେ ସଂସାରେ
ଲୋଭରେ ହୁଅଇ ବଶ ।
ସୁନାର ସଂସାର ସୁଖ ଗନ୍ତାଘର
କିଏଭାଙ୍ଗେ ନିଜହାତେ ;
ଧନ ଗାରିମାରେ ଆତ୍ମା ବଡିମାରେ
ଅପସରି ଯାଏସତେ ।
ପିଲାପରିବାର ଆତ୍ମୀୟ ସ୍ୱଜନ
ସୁଖର ସମ୍ପଦ ଜାଣ ;
ଭାବବନ୍ଧନରେ ସପନ ରାତିରେ
ପ୍ରୀତିର ଅଙ୍କୁର ବୁଣ ।
ମନର ମାନିନୀ ହୃଦୟର ରାଣୀ
ମଙ୍ଗଳ କାମନା କରେ ;
ସୁଖର ସମୃଦ୍ଧି ଆସେ ସତେଫେରି
ମନପ୍ରାଣ ସଦାଝୁରେ ।
ତେଲଲୁଣ ଏଇ ସଂସାର ନିଜର
ଜଗତେ ମଉଡ ମଣି ;
ବିବାଦ ବିହୀନ ନିରୀହଜୀବନ
ସମାଜେ ହୋଇଛି ଋଣି ! !
ଝଡ ବତାସରେ ନୀଡ଼ସିନା ତୁଟେ
ମନଯାଏ ନାହିଁଭାଙ୍ଗି ;
ନୂଆନୀଡ଼ ଗଢ଼ି ପାଠଦିଏ ପଢ଼ି ;
ନିଆରା ଏ'ଭାବ ଭଙ୍ଗୀ ।
କପୋତ କପୋତୀ ସଙ୍ଗରେ ରୁହନ୍ତି
ମନରେ ନଥାଏ ଦ୍ୱନ୍ଦ ;
ସ୍ନେହଁ ଶରଧାରେ ପ୍ରୀତି ଫଗୁଣରେ
ବିଲୀନ ହୁଅଇ ଛନ୍ଦ ।
ଆମଘର ପରା ସରଗର ତାରା
ମନ କରନାହିଁ ଊଣା ;
ଏସାରା ଜଗତେ ବାନ୍ଧବୀ ସଙ୍ଗତେ
ସମ୍ପର୍କରେ ଆମେ ଟଣା ।
ମଧୁ ପୁଷ୍ପେମନ ପ୍ରାଣ ସଙ୍ଗିନୀର
ଜାଣିଛକି ବନ୍ଧୁ ତୁମେ ?
ଅନାୟସେ ଦିଅ ତୁମେ ସୁନାପୁଅ
ସୁଖ ବର୍ଷିବ କର୍ମେ ।
ହସୁଏ ସଂସାର ପ୍ରଭୁ ଦିବାକର
ତୁମରି କରୁଣା ବଳେ
ମୁଁଅଜ୍ଞାନ କଵି କୃପା ଭିକ୍ଷାମାଗି
ଲେଖୁ ଥାଏ ସବୁବେଳେ ;।
