STORYMIRROR

Sanuja Meghamala

Classics

3  

Sanuja Meghamala

Classics

ଆମ ଗାଆଁ

ଆମ ଗାଆଁ

1 min
11.5K

 ସବୁଜିମା ଘେରା ଫୁଲ ଫଳ ଭରା

ଘଞ୍ଚ ବନାନୀର ଶୀତଳ ଛାଇ ରେ

 ମାଟି କାନ୍ଥ ଆଉ ଚାଳ ଛପରରେ 

ରୂପସୀ ନବବଧୂ ଟିଏ ପରି

 ଦିନେ ହସି ଉଠୁଥିଲା ଆମ ଗାଆଁ....।


 ଅଳସୀ ଆମ ଗାଆଁ ନଈ

 ଅଙ୍କା ବଙ୍କା ହୋଇ ଧୀରେ ଯାଏ ବହି 

 କୁଳୁ କୁଳୁ ଗୀତ ଗାଇ, 

ଭସାଇ କେତେ କୁଆଁରୀ ମନ

ମିଠା.. ସପନେ ଭିଜେଇ..ଦେଇ ।


ପହିଲି ବରଷା ଛୁଇଁ ଗଲେ ମାଟି

ଗହୀର ବିଲ ରୁ ଭାସି ଆସୁଥିଲା

ମନ ମତାଣିଆ ଚାଷୀ ଭାଇ ସ୍ୱର

ଉଡିଗଲେ ଗେଣ୍ଡାଳିଆ ଝାଡି ଦେଲେ ପର..., 

ମନେ ଭରି ଆଶା ଅସୁମାରୀ। 


ଏବେ ଆମ ଗାଆଁ ରୂପ ବଦଳିଚି

 ଗଛ ବଦଳ ରେ ଟାଙ୍ଗରା ଭୂଇଁ

ରଙ୍ଗ ବେରଙ୍ଗ କୋଠା ରେ ହସୁଛି

 ମାଟି ସଡ଼କଟା କଂକ୍ରିଟ ହେଇଚି

 ଗାଆଁ ମାଟି ଟା ସିମେଣ୍ଟ. ବାସୁଚି।


ଚାଷ ଛାଡି ଦେଇ ଗାଆଁ ପୁଅ ଏବେ

ସହର କୁ କାମ ଧନ୍ଦା ପାଇଁ ଧାଉଁଛି...

ଶୁଣା ଯାଏ ନାହି ଗହୀର ବିଲ ରୁ

ମନ ଛୁଆଁ ସେଇ ଚଷା ଭାଇ ଗୀତ 

ଟ୍ରାକ୍ଟର ର କର୍କଶ ନାଦ କାନ ଭରୁଛି ।


ଅଭି ମାନୀ ସେଇ ଆମ ଗାଆଁ ନଈ 

ଶୁଖି ଶୁଖି ସରୁ ହେଇଚି

ତା ପାଣି ଖୋଜୁନି ଚାଷୀ କ୍ଷେତ ପାଇଁ

ଚାଷ ଜମି ଏବେ ଗୃହ ଉପୋଯୋଗୀ

 ସେଠି ସୁଉଚ୍ଚ ପକ୍କା ଘର ହସୁଚି..।


ଆମ ଗାଆଁ ଟା ସହର ହେଇଚି

ଆପଣାର ଭାବ ସେନେହ ଶରଧା

ସବୁ ଆଜି ହଜି ଯାଇଛି..

ଅଳିକ ସୁଖର ପଛରେ ବେହାଲ

ମଣିଷଟା ନିଜ ପର ସବୁ ଭୁଲିଛି..।

.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics