ଭାରତବର୍ଷର ସ୍ଲୋଗାନ
ସର୍ବେ ଭବନ୍ତୁ ସୁଖିନଃ
ଜାତି ଧର୍ମ ନିର୍ବିଶେଷେ
ସମସ୍ତେ ସମାନ
ଆମ ଦେଶ ମହାନ
ଜୟ ଯବାନ ଜୟ କିଷାନ
ଓଁ ଶାନ୍ତି ଓଁ ଶାନ୍ତିର ଜୟଗାନ
ଦୁଃଖ ରୋଗ ଶୋକ ପଶ୍ଚାତଗମନ
ଆଗୁସାର ଦେଶବାସୀ ମହାନ
ମନେ ପକେଇବା ସେଇ ନାୟକମାନ
ସହି ଦୁଃଖ କଷ୍ଟ ଅସମ୍ମାନ
ରଖିଲେ ଦେଶର ଟେକ ଜନଗଣ
ଭାରତ ଭାଗ୍ୟ ଡୋରି
ନେଇପାରେନା କେ କରି ଚୋରୀ
ଆମ ଜାତୀୟତା ମହାନ
ଗଢ଼ା ଆମ ସମ୍ବିଧାନ
ହେଲା ପରେ ଦେଶ ସ୍ବାଧୀନ
ଜାତୀୟ ପତାକା ବନ୍ଦନ
ଦେଶଭକ୍ତ ବରପୁତ୍ର ପାଦ ଚିହ୍ନ
ଦେଇ ଜୟ ଜୟକାର ସ୍ଲୋଗାନ
ରଖିବୁ ମାନ ଛାଡି ଅଭିମାନ
ଦେଶ ଓ ଜାତିର ସୁସମ୍ମାନ
ସର୍ବେ ଭବନ୍ତୁ ସୁଖିନଃ