STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ତମେ କେବେ ଦେଖିଛ କି 

ତମେ କେବେ ଦେଖିଛ କି 

1 min
0

ରାହା ଧରି କାନ୍ଦୁଥିବା ଶିଶୁ 
ନିରୀହ ଆଖିମେଲି ଚାହିଁଥିବା ପଶୁ 
ମାଆ କୋଳେ ଥିବା ଶିଶୁ 
ଲୋଟିପଡ଼େ ହସୁ ହସୁ 
ଥାଉ ନଥାଉ ଚାଳ ବାଜୁ ପଶୁ ପଶୁ 
ରୋଗୀ ଆଖିର ସ୍ବପ୍ନ 
ବନ୍ୟା ପ୍ରପୀଡ଼ିତଙ୍କ ହା ଅନ୍ନ 
ଭିକାରୁଣୀର କାରୁଣ୍ୟ ଯୌବନ 
ପିତୃପୁରୁଷଙ୍କ ପଦଚିହ୍ନ 
ସବୁ ଆଜି ଆଖି ଲୁହରେ ବିବର୍ଣ୍ଣ 
କିଏ ମାପିଛି 
କିଏ ଅନ୍ୟ ପାଇଁ ଭାବୁଛି 
କାହିଁ ଆଉ ସେବା ଧର୍ମ 
ରୋଗ ଋଣ ଅଯତ୍ନ
 ସବୁ ପରେ ବି ବଞ୍ଚିବାକୁ ହୁଏ ଜୀବନ 
କିଏ ଦେଖୁଛି ଶୁଣୁଛି ଡେରି କର୍ଣ୍ଣ 
ଦୁଃଖ ତ ରହିବ ସାରା ଅଦିନ ଦୁର୍ଦ୍ଦିନ 
ଖାଲି ଦୀର୍ଘନିଶ୍ଵାସରେ ହା ହୁତାସନ 
ଏମିତି ଯୁଗ ଯୁଗ ଚିରଦିନ
ଦେଖି ସହି କହେ କିଏ ଶୁଖିଲା କାରୁଣ୍ୟ 
ଏମିତି କର୍ମଫଳ ଫଳେ ଯୁଗେ ଯୁଗେ 
ସବୁଦିନ, ସମୟ ସ୍ରୋତରେ ପ୍ରତିଦିନ 
ଦୁଃଖ ସୁଖ ରୋଗ ଋଣ ଭିତରେ ଭାଗ୍ୟ 
ଫଳେ କଦାଚନ 


Rate this content
Log in

Similar oriya poem from Abstract