STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ବର୍ଷା 

ବର୍ଷା 

1 min
0


ବର୍ଷା ହିଁ ଵିଶଲ୍ୟକରଣୀ 
ବନ୍ଧ ବାଡ଼ ସିନା ମାନେନି 
ଜାଗାଏ ତୃଷ୍ନା ଓ ତୃଷା 
ଚାଷୀଭାଇ ଭରସା 
ଚକୋର ଚକୋରୀ ଆଶା 
ପ୍ରେମିକ ପ୍ରେମିକାଙ୍କ ନିଶା 
ବାହାରେ ବର୍ଷା ଭିତରେ ଆଡ଼ରୁଷା
ଅଦିନ ବରଷା କାଇଁଚମାଳିଆ 
ଋତୁର ବରଷା ଭାରି ଗୋଳମାଳିଆ 
କେବେ ମନମାନୀ 
କେବେ ଖେଳେ ଲୁଚକାଳି 
ପୁଣି କେବେ ବନ୍ୟା 
ଦିଏ କେବେ ଖୁସି କେବେ ନିର୍ଯ୍ୟାତନା 
କାଗଜ ନାଆ ଭଷା 
ପ୍ରତି ସୁନେଲି ସକାଳ ଆକାଶ 
ବଉଦ ଭସା ବିଜୁଳି ହସା 
 ଭଲଲାଗେ ସାଧବବୋହୁ ଆଡ଼ରୁଷା 
ଅଭିମାନିନୀ ସୁନ୍ଦରୀର ଅଙ୍କକଷା 
କେବେ ଦିଏ ଦେଖା ଫର୍ଚ୍ଚା 
ତ କେବେ ମାରେ ଖଡୁମୂଷା 
ଯାହା ହେଉ ବର୍ଷା ଅଭିନନ୍ଦନିକା 
ଛତା ଘେରି ସାତଫେରି ରଙ୍ଗୀନ 
ଇନ୍ଦ୍ରଧନୁ ବାଘନିସହନାଲା ଫାର୍ସା 
ବର୍ଷା ନଥିଲେ ନଥାଏ ପିପାସା 
କାରଣ ଉଷାରୁ ତୃଷା ଯାଏ ଦିଗବାରିଣୀ 
ଛଇଳା ଚଞ୍ଚଳା ହରିଣୀ ନୟନୀ 
ଦେଖାଦେଇ ବଢ଼ାଏ ତୃଷା ରଖି ଅଭିପ୍ସା 
ଆକାଶର କନ୍ୟା 
ଅଭିମାନୀ ଆଶାଢ଼ୀ ଶ୍ରାବଣୀ 
ମେଘକନ୍ୟା ଚାଲି ଗଜଗାମିନୀ 
ଜଳର ଉତ୍ସ ନଈରେ ପାଣି ସ୍ୱଚ୍ଛ 
ବର୍ଷା ତୋ ପୟରେ ବନ୍ଦନା କରନା ବନ୍ଦିନୀ


Rate this content
Log in

Similar oriya poem from Abstract