STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

କବିତା ଓ ରାତି  ,,,,,,,,,,,,,,,,,,,,,,,

କବିତା ଓ ରାତି  ,,,,,,,,,,,,,,,,,,,,,,,

1 min
0


ରାତି ତାର ସାଥି 
ଶବ୍ଦ ସହ ମାତି 
କବିତା ଉଠେ ଫୁଟି 
କବିତା କଣ କେଜାଣି 
ଜିଇଁବା ଟା ତା ବିନା 
ଅସହ୍ୟ ତାତି 
ବୁକୁଫଟା ଗୀତି 
କବିତା ପା ଏକା ସାଥି 
ସୁଖରେ ଦୁଃଖରେ 
ସାଗର ଆରପାରେ 
ଦିଗବଳୟ ସେପାରେ 
ଜାଚୁଥାଏ କେବେ ପ୍ରୀତି 
ପୁଣି ଚେଇଁଉଠେ ସ୍ମୃତି 
ଅତୀତ ଗଣ୍ଠିଲି ପେଡି ଓ ପୁଟୁଳି 
କବିତା ମନର ଇତି 
ବୋଲେ ବାଇ ଚଢ଼େଇ ଉଁହୁ 
କବିତା ଜୀବନ ଗୀତି 
କେବେ ଅସରନ୍ତି ଅନେକ ଭାବପ୍ରୀତି 
ସମାହାରେ ସମାଦ୍ରୁତି 
ଥରାଏ ଛାତି ପୁଣି ଉଠେ ମାତି 
ଶବ୍ଦ ସହ ଶବ୍ଦର ଯତି ଓ ଜାତି 
ଶବ୍ଦ ଖେଳ କରାମତି 
ଭଲ କବିତାଟେ ଉତ୍ତୁରିବା ଯାଏଁ 
ନପାହୁ ଏ ଅସରନ୍ତି ରାତି 
ନଆସୁ ପାହାନ୍ତି 
କାଳେ ଭାଙ୍ଗିଯିବ ସ୍ବପ୍ନ ଅସରନ୍ତି 
କବିତା ନହେଉ ଇତି
କବିତା ଓ ରାତି, ରାତି ଓ କବିତା 
ନିଆରା ରଙ୍ଗଭରା ପ୍ରଜାପତି


Rate this content
Log in

Similar oriya poem from Abstract