ଆସୁଥିବା ସ୍ବପ୍ନ ସରିଯାଏ
ରାତି ବିତି ପାହାନ୍ତି ହୁଏ
ରାତି ପାହିଯାଏ
ପୁଣି ସ୍ବପ୍ନ ଦେଖିବାକୁ
ଲାଗେ ଭୀତି
କାହିଁକି ହୁଏ ଏମିତି
କୋଉ ସ୍ବପ୍ନ ଶୁଭ କିଏ ଅଶୁଭ
ଜାଣିବାକୁ ହେବ କେମିତି
ସ୍ବପ୍ନ ଦିଏ ତାତି ନାହିଁ ପ୍ରତିଶ୍ରୁତି
ସ୍ବପ୍ନ ଅସରନ୍ତି କେବେ ସମାପ୍ତି
କାହାର କା ସଙ୍ଗେ ଯୋଗ
କିବା ଏହା କୋଉ ଭାଜ୍ୟ ଭାଜକ ଭାଗ
କେବେ ପୁଣି ଲାଗେ ଭୋଗ
ଧୂପ ଦୀପ ଆଳତୀ ସଂଯୋଗ
କୋଉ ସ୍ବପ୍ନ ପୁଣି ପରାଭାବ
ସବୁ ସ୍ବପ୍ନ ପରେ ନିଜକୁ
ଲାଗେ ଅଯୋଗ୍ୟ
ହୁଏତ ସତ ଅବା ମିଛ ହେବ
ଆଖି ଦେଖା କଥା ସତ ଲାଗେ
କେବେ ମନ ଓ ବିବେକ ଭିତରେ ଦ୍ଵନ୍ଦ