STORYMIRROR

Sunanda Mohanty

Children Stories Classics Thriller

4  

Sunanda Mohanty

Children Stories Classics Thriller

ଜାତୀୟ ସଙ୍ଗୀତ

ଜାତୀୟ ସଙ୍ଗୀତ

3 mins
0

ସର୍ବଗୁଣସମ୍ପନ୍ନା ବୀଣା ଥିଲା ନମ୍ର, ଉଦାର ରୁପସୀ ଗୁଣବତୀ ତଥା ଶିକ୍ଷିତ ଝିଅଟିଏ. ପୁଣି ବାପା ତାକୁ କିଣିଦେଇଥିଲେ ବୀଣାଟିଏ. ଝିଅ ଥିଲା ବେଳେ ସ୍କୁଲ ଜୀବନରୁ ବାହାଘର ପର୍ଯ୍ୟନ୍ତ ବୀଣା ନିଜ ବୀଣା ବଜେଇ ସମସ୍ତଙ୍କୁ ମୁଗ୍ଧ କରୁଥିଲା. ଜାତୀୟ ପର୍ବ ଅଗଷ୍ଟ ପନ୍ଦର, ଜାନୁଆରି ଛବିଶ ବା ଜନରାଜ୍ୟ ଦିବସରେ ତଥା ଗାନ୍ଧି ଜୟନ୍ତୀରେ ଜନଗଣ ମନଅଧି ନାୟକ ଜୟହେ.... ଭାରତ ଭାଗ୍ୟ ବିଧାତା ପରି ଜାତୀୟ ସଂଗୀତଟିକୁ ନିଜ ବୀଣାର ଧୁନରେ ସୁନ୍ଦର ଭାବେ ବଜାଉଥିଲା ବୀଣା . ସମସ୍ତେ ପସନ୍ଦ କରି ତାଳି ଦେଉଥିଲେ. ସେହି ତାଳି ବାଜିଥିଲା ଶଶୁର ପୋଲିସ ଅଫିସରଙ୍କ ଛାତିରେ ତ ବୀଣାକୁ ବୋହୁ କରିନେଲା ବେଳେ ଯୌତୁକ ଆକାରରେ ବୀଣାଟିକୁ ଦେବାକୁ ଝିଅ ବୀଣା ସାଙ୍ଗରେ ଅନୁରୋଧ କରି ଅନୁନୟ କରିଥିଲେ ବୀଣାର ବାପା ମାଆଙ୍କୁ ତ ବୀଣା ଭାଗ୍ୟବତୀ, ପୋଲିସ ଅଫିସର ଘରେ ବୋହୁ ହେଲା କହି ଲୋକେ ତାରିଫ କରୁଥିଲେ କିନ୍ତୁ ଆଗପଛ ହୋଇ ଶଶୁର ଶାଶୁ ଓ ନିଜ ବାପା ମାଆ ଚାଲିଗଲା ପରେ ବୀଣାର ବାଦ୍ୟଯନ୍ତ୍ର ବୀଣାରୁ ଖାଲି ବେସୁରା ସ୍ୱର ସୃଷ୍ଟି ହେଉଥିଲା. ସ୍ୱାମୀ ନିଶାସକ୍ତ ଓ ପର ଦାରା ପ୍ରତି ଆସକ୍ତ ଜାଣିବା ପରେ ବୀଣା କିଛି ପ୍ରତିବାଦ କଲେ ଆରମ୍ଭ ହୁଏ ଅକଥନୀୟ ଅତ୍ୟାଚାର. ଦେଢ଼ଶୁର, ଯାଆ ମଧ୍ୟ ସମର୍ଥନ କରନ୍ତି ସ୍ୱାମୀଙ୍କୁ. ଶେଷକୁ ଏକମାତ୍ର ସାହା ଭରସା ନିଜ ସାର୍ଟିଫିକେଟ ସବୁକୁ ଯୋଉଦିନ ଚିରି ଦେବାକୁ ବସିଲେ ସ୍ୱାମୀ, ଅସହ୍ୟ ଅକଥନୀୟ ଅତ୍ୟାଚାରରୁ ଖସି ପଳାଇ ଆସିଥିଲା ବୀଣା କିନ୍ତୁ ଭୁଲିନଥିଲା ନିଜ ଭାଗ୍ୟବିଧାତା ବୀଣାଟିକୁ ଧରି ଆସିବାକୁ ସାଥିରେ.
    ଅଜଣା ଟ୍ରେନରେ ଅଜଣା ଯାତ୍ରୀମାନେ ବୀଣା ବଜେଇ ସ୍ୱର ତୋଳିବାକୁ ଅନୁରୋଧ କରିଥିଲେ ତାକୁ ତ ସେ ପୁଣି ଗାଉଥିଲା ଜାତୀୟ ସଙ୍ଗୀତ ଜନଗଣ ମନଅଧିନାୟକ ଜୟ ହେ... ଭାରତ ଭାଗ୍ୟବିଧାତା. ଏଥର ବି କମ୍ପାର୍ଟମେଣ୍ଟ ଫାଟି ପଡୁଥିଲା ତାଳିରେ ଆଉ ତା ସ୍ୱାମୀ ସମସାମାୟିକ ଯୁବକ ଜଣେ ସମୟ ସୁବିଧା ଦେଖି ତାଠୁ ତାର ସବୁ ବ୍ୟକ୍ତିଗତ କଥା ଶୁଣି ବୀଣା କୁ ତାଙ୍କ ସ୍ତ୍ରୀ ନଥିବା ଏକମାତ୍ର ପୁଅର ଲାଳନ ପାଳନ ପାଇଁ ଅନୁରୋଧ କରିଥିଲେ ତ ଦିଗହଜା ପକ୍ଷୀ ନୀଡ଼ର ସନ୍ଧାନ ପାଇଲା ପରି ବୀଣା ସୁରେଶ ସାଥିରେ ଚାଲିଆସିଥିଲା ଦୁଇବର୍ଷର ପୁଅ ମୁନାର ଆୟା ହୋଇ. ମୁନା ନୂଆ ମାଆ ପାଇ ଖୁବ ଯତ୍ନରେ ବଢୁଥିଲା ଆଉ ଶୁରେଶ ତାଙ୍କ କମ୍ପାନୀରେ ବୀଣାକୁ ଚାକିରୀରେ ରଖେଇ ଦେଇଥିଲେ କିନ୍ତୁ ଯନ୍ତ୍ର ବୀଣାର ଧୁନ ନଶୁଣିଲେ ନା ମୁନା ଆଖିକୁ ନିଦ ଆସେ ନା ଶୁରେଶଙ୍କ ଆଖିକୁ! ସେଦିନ କହୁ କହୁ ଶୁରେଶ କହିଦେଇ ଥିଲେ ଯେ ଏଇ ବୀଣାର ସ୍ୱର ପରି ତୁମ କଣ୍ଠ ସୁନ୍ଦର ଓ ତୁମେ ଖୁବ ସୁନ୍ଦର. ପୁରୁଷ ପୁଅର ସାମାନ୍ୟତମ ପ୍ରଶଂସା ଶୁଣି ନାରୀ ବିଭୋର ହୁଏ. ବୀଣା କ୍ଷେତ୍ରରେ ମଧ୍ୟ ସେୟା ହେଲା. ନିଜ ସ୍ୱାମୀଙ୍କ ପାଖରୁ ଦିନେ ହେଲେ ସୁଖ ପାଇନଥିବା ବୀଣା ଏଣିକି ମୁନା ସହ ଶୁରେଶଙ୍କର ମଧ୍ୟ ଖୁବ ଧ୍ୟାନ ଓ ଯତ୍ନ ରଖୁଥିଲା. ସେଇ ଧ୍ୟାନ ଯେବେ ପ୍ରେମରେ ପରିଣତ ହେଲା ସେଦିନ ବେଶୀ ଖୁସି ହୋଇଥିଲା ମୁନା. ତା ବାପାଙ୍କ ବାହାଘର ହେବା ଖୁସିରେ ତା ଗୋଡ଼ ତଳେ ଲାଗୁନଥିଲା. ଅଳ୍ପ ପରିଚିତଙ୍କ ସାହାୟତାରେ ଅଗଷ୍ଟ ପନ୍ଦର ଦିନ ବୀଣା ବାହାଘର ସୁରେଶ ସଙ୍ଗେ ହେବାକୁ ଯାଉଥିବା ବେଳେ ଅନାହୁତ ଅତିଥି ଭଳି ତା ଦେଢ଼ଶୁର ଓ ଯାଆ ପହଁଞ୍ଚି ଯାଇଥିଲେ ଓ ତା ସ୍ୱାମୀ ମଦ ପିଇ ପିଇ ମାତାଲ ହୋଇ ଶେଷକୁ କ୍ୟାନ୍ସରର ଚତୁର୍ଥ ଷ୍ଟେଜରେ ଅର୍ଥାତ ମୃତ୍ୟୁ ପଥର ଯାତ୍ରୀ ସାଜିଥିବା ବେଳେ ବୀଣାର ଏପରି ବିବାହକୁ ପ୍ରତ୍ୟାଖ୍ୟାନ କରିଥିଲେ.
    ବୀଣା କହିଥିଲା ଭଲ ବେଳେ ଯିଏ ଦିନେ ବି ସ୍ୱାମୀର କର୍ତ୍ତବ୍ୟ କରିବା ବଦଳରେ ଅନ୍ୟ ପ୍ରେମିକାଙ୍କ ସହ ନିଜ ଘରେ, ତା ଆଖି ସାମ୍ନାରେ ରାତ୍ରୀଯାପନ କରୁଥିଲା ସେତେବେଳେ ଆପଣ ଦୁହେଁ କଣ ନାଟକ ଦେଖୁଥିଲେ!ଘରୁ ତଡ଼ିଦେବା ବେଳେ କୁଆଡେ ଥିଲା ଆପଣଙ୍କ କର୍ତ୍ତବ୍ୟ ଓ ଵିଵେକୀପଣିଆ!ଆଜି ମୁଁ ମରିଥିଲେ ତ ମୁଁ ସ୍ୱର୍ଗରେ ଥାଆନ୍ତି କହି ପ୍ରତ୍ୟୁତ୍ତର ରଖିବା ସହ ବୀଣା ସେମାନଙ୍କ ସଙ୍ଗେ ଯିବାକୁ ରୋକଠୋକ ମନା କରିଦେଇଥିଲା. ତ ସୁରେଶ ଓ ମୁନା ତଥା ଉପସ୍ଥିତ ଵ୍ୟକ୍ତି ସମୂହ ବୀଣା ବାଦନ କରିବାକୁ ଅନୁରୋଧ କରୁଥିଲେ ବୀଣାକୁ. ଅଗଷ୍ଟ ପନ୍ଦର, ଦେଶ ସ୍ବାଧୀନତା ପାଇବାର ଏ ଦିନରେ ବୀଣା ନିଜ ବୀଣାରେ ଝଙ୍କାର ଦେଉଥିଲା ସେଇ ଜନଗଣ ମନଅଧି ନାୟକ ଜୟହେ..ଭାରତ ଭାଗ୍ୟ ବିଧାତା. ସମସ୍ତେ ଏକ ସ୍ୱର ଓ ଏକ ଲୟରେ ଜାତୀୟ ସଂଗୀତ ଗାନ କରୁଥିବା ବେଳେ ମୁନା ଦେଉଥିଲା ସ୍ଲୋଗାନ, ଜୟ ଭାରତ ମାତାକି.. ଅନ୍ୟମାନେ କହୁଥିଲେ ଜୟ.



Rate this content
Log in