STORYMIRROR

Er. Prakash Majhi

Abstract Inspirational

4  

Er. Prakash Majhi

Abstract Inspirational

ଉତ୍କଳ ମନ୍ଦିର

ଉତ୍କଳ ମନ୍ଦିର

1 min
452

ମନ୍ଦିର ମାଳିନୀ ଉତ୍କଳ ଭୂଇଁ

ଲକ୍ଷେ ଗୌରବର କୀର୍ତ୍ତି

ଶୈବ, ଶାକ୍ତ, ସୌର, ବୌଦ୍ଧ, ଖ୍ରୀଷ୍ଟ, ବୈଷ୍ଣ

ସର୍ବ ସଂପ୍ରଦାୟ ମୂର୍ତ୍ତି। (୧)

ମାନବ ଚିତ୍ତର ଧର୍ମ ଭାବନାରେ

ଲଭେ ବିଚିତ୍ର ଆଚ୍ଛନ୍ନ

କଳା କୁଶଳୀରେ ନିର୍ମାଣ ସ୍ଥାପତ୍ୟ

ଜିଣିଛିରେ କୋଟି ମନ। (୨)

କଟକେ ମା' ଚଣ୍ଡୀ ସମ୍ବଲପୁରୀ ମା'

ପାଟଣା ପାଟେଣଶ୍ୱରୀ

ଭକତ ଚିତ୍ତକୁ ଆକୃଷ୍ଟ କରଇ

ବଡ ଦେଉଳର ପୁରୀ। (୩)

କାକଟ ପୁରର ମଙ୍ଗଳା ମନ୍ଦିର

ଘଟ ଗାଁ ମାଆ ତାରିଣୀ

ବରହମପୁର ମା' ତାରା ତାରିଣୀ

ନିର୍ମିତ ଚିଲିକା ରାଣୀ। (୪)

ନିର୍ମାଣ କୋଣାର୍କ ସୂର୍ଯ୍ୟର ମନ୍ଦିର

ମା' ବିରଜା ଯାଜପୁର

ଭୁବନେଶ୍ୱରର ବୈଚିତ୍ର ମଣ୍ଡିତ

ରାଜରାଣୀ ମୁକ୍ତେଶ୍ୱର। (୫)

ରାଜା ରାଜୁଡାଙ୍କ ପୃଷ୍ଠ ପୋଷକତା

ସୂର୍ଯ୍ୟ ଗଙ୍ଗ ଓ କେଶରୀ

ନରପତି ଗଣ ରଚି କୀର୍ତ୍ତିମାନ

ଚିତ୍ର ଶିଳ୍ପ କାରିଗରୀ। (୬)

ଅତୀତର ସେଇ ବିମଣ୍ଡିତ ପୀଠ

ଉଚ୍ଚ କରେ ପରମ୍ପରା

ଅମ୍ଳାନର କୀର୍ତ୍ତି ଗୌରବ ସ୍ମାରକୀ

ଶୋଭାପାଏ ବିଶ୍ୱସାରା। (୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract