STORYMIRROR

Prabhati Mahapatra

Abstract Inspirational Others

4  

Prabhati Mahapatra

Abstract Inspirational Others

ଜୀବନ ରଙ୍ଗମଞ୍ଚ

ଜୀବନ ରଙ୍ଗମଞ୍ଚ

1 min
289

ଏଇ ଜୀବନଟା ରଙ୍ଗମଞ୍ଚ ସିନା

ଖେଳାଏ ଉପର ବାଲା

ଆମେ ସିନା ଗର୍ବ ମିଛେ କରୁ ଥାଉ

ସବୁ କରେ ନନ୍ଦଲାଲା ।

ମୁହଁରେ ଦେହରେ ରଙ୍ଗ ବୋଳି ନେଇ

କହୁଛେ ଚିକ୍କଣ କଥା

ଆପଣା ସ୍ବାର୍ଥରେ ବାଧା ପଡିଗଲେ

ରଙ୍ଗ ବି ବାଢଇ ବ୍ୟଥା ।

ଏଇ ରଙ୍ଗ ବୋଳେ ସେନେହରେ ସାଥୀ

ମନରେ ରଖିବା ପାଇଁ

ଆମେ କି ମାପିଛେ ତା ମନ ତଳର

କେତେ କୋହ ଅଛି ସ୍ଥାୟୀ ।

ଆଖି କୋଣେ ତାର ନିତି ଉଇଁ ଆସେ

ନୂତନ ଆଶାର ରବି

ସେ କିରଣ ବୁଣି ଆଲୋକିତ କରେ

ରଙ୍ଗିନ୍ ଜୀବନ ଛବି ।

ଆସିଛି ଶ୍ରଦ୍ଧାର ହୋଲିର ପାର୍ବଣ

ଦେବା ପାଇଁ ସୁଖ ଶାନ୍ତି

ପରଖି ନେବାକୁ ସୁଯୋଗ ଦେଇଛି

ବନ୍ଧୁ ମନେ କେତେ ପ୍ରୀତି ।

ରାତି ପାହି ଯିବ ନାଟକ ସରିବ

ଖାଲି ପଡେ ରଙ୍ଗମଞ୍ଚ

ଆଉଟା ରଙ୍ଗରେ ଦେହ ଜଳିଗଲେ

ବୁଝା ଯାଏ ହୀରା କାଚ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract