STORYMIRROR

shibananda barik

Inspirational Children

3  

shibananda barik

Inspirational Children

ଵାଳୁତ ଵୀର

ଵାଳୁତ ଵୀର

1 min
318


ଅକ୍ଟୋବର ୫ ତାରିଖ ୧୯୨୬ ମସିହାରେ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁର ରେ ଜନ୍ମିତ ଵାଳକ ବାଜି ରାଉତ ପ୍ରଜାମଣ୍ଡଳର ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ୱରାଜ ର ମନ୍ତ୍ରରେ ଅଭିମନ୍ତ୍ରିତ ଜାତୀୟ ଆନ୍ଦୋଳନର ସ୍ରୋତ ରେ ନିର୍ଭିକ ପ୍ରାଣକୁ ଜଳାଞ୍ଜଳି ଦେଇ ତ୍ୟାଗ ଓ ଵୀରତ୍ୱ ର ଅପୂର୍ବ ଇତିହାସ କିର୍ତ୍ତୀ ରଚିଗଲା। 



ଅନ୍ତର ତଳେ ଵିଜୁଳି ତୋଳି ଉଠିଥିଲା ଯିଏ ମାତି,

ଉଭାରି କାତ ମଙ୍ଗଟି ଧରି ପାତି ଦେଇଗଲା ଛାତି। 


ଗୋରା ପାଇକର ଲୁହାର ମୁନ ତୀର୍ଯ୍ୟକ ଵର୍ଚ୍ଛା ଗଡ,

ଇଞ୍ଚିଏ ଗୁଳିଠୁ ଵଳିଲା ଵକ୍ଷ ନୁହେଁ କି ସାହାସ ଵଡ। 


ଵାଆ ଵତାସରେ ଭେଳି ହତାଶ ଅମା ଅନ୍ଧକାର କାଳେ ,

ସହସା ଟୋକାରେ!ପାରି କରିଦେ କାତୁଆ ଵାହୁର ଵଳେ। 


ଜାଗି ଉଠିଥିଲା ନିର୍ଭିକ ପ୍ରାଣ ଜାତିର ମୁର୍ଚ୍ଛନା ଧାରେ,

ତରୁଣ ପ୍ରାଣ ତା' ଶାଣିତ ରକ୍ତ ଫୁତ୍କାରି ଚିତ୍କାର କରେ। 


ଶେଷ ନିଶ୍ୱାସ ଲଗାଇ ମୁଁ ଵାଜି ସ୍ୱରାଜ ଆଣିଵା ଦେହେ,

ଜନମ ମାଟି ମୋ କଟାଶିଆ ନୁହଁ ଟେକିଵି ଆଚ୍ଛା କିହେ?


ଵକଟେ ଛୁଆ ତୁ ମାଉଁସ ନାହିଁ ମିଳାଉ ଧମକ ଡୋଳା,

ଅନ୍ତିମ ଚେତା ଗୋରା ପାଇକର ନିଘାଟେ ପଡିବ ଵେଳା। 


ଫୁଙ୍ଗୁଳା ଦେହ ଛିଣ୍ଡାଇ ମୋହ ହାଡ ଦିଖଣ୍ଡ ର ଅକ୍ଷ,

କଟୁ ମୋ ଶିର ନିଗୁଡୁ ଧାର ଫାଟିଯାଉ ପଛେ ଵକ୍ଷ। 


ଧଡ ଧଡ ଵଡ ଶଵଦ କରି ଛୁଟିଲା ନଳୀରୁ ଗୁଳି,

ଵାର ଵରଷିଆ ନିର୍ମାୟା ଜହ୍ନ ଭୂଇଁରେ ପଡିଲା ଟଳି। 


ଗଗନ ଭାଳେ କଳାରାତିରେ ଚମକି ଵିଜୁଳି ଵତୀ,

ଅଭିମନ୍ୟୁ ତା'ରେ ଚକ୍ରଵ୍ୟୁହରେ ମହାପରାଣକୁ ଗତି। 


ନୀଳ ନଇପାଣି ଵେଗ ଵଢାଇ ନିସ୍ତଵ୍ଧତା ଟାଳେ ଜାଣ,

କାଶତଣ୍ଡି ଥରି ପଵନ ସୁରେ ଫୁଟାଏ ଵିଜୟ ଵାଣ। 


ଦାମ୍ଭିକ ଶିରା ତତଲା ଲହୁ ଵିଲ ତେଣ୍ଡା ପାଣି ଧାର,

ପ୍ରଜାମଣ୍ଡଳର ଉଡାଇ ଟେକ ଢେଙ୍କାନାଳ ଵାଳ ଵୀର। 


ରୂପକଳ୍ପ ଗୋଲ ସୂରୁଜଟି ପରି ନୀରଵ ଅମର ଜଳେ,

ନାଲି ନାଲି ରଙ୍ଗ ଇତିହାସ ଆଜି ସହିଦ ଲିଖନୀ କଳେ। 


ମୁକତିର ଯୁଦ୍ଧ ସରିଛି ସିନା ଅଶ୍ଳେଷ ଆନନ୍ଦପୁର,

ଛୋଟିଆ ମୁରତି ଦାନର କିରତୀ ଲଲାଟେ ଵିଜୟ ଗାର। 


ଵାଜିଆ ଵାଜିରେ ଆତତାୟୀ ଦଳ ଉଠିଲା ଥରେ ଚେଇଁ,

ସ୍ୱାଧୀନ ଭାରତ ସଲାମୀ ଟେକି ଗରଵେ ରହିଛି ଚାହିଁ। 


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational