STORYMIRROR

Lokanath Rath

Tragedy Inspirational

4  

Lokanath Rath

Tragedy Inspirational

ଆଳାପ ମିଳାପ ବିଳାପ

ଆଳାପ ମିଳାପ ବିଳାପ

1 min
148


ବହୁ ଅପେକ୍ଷା ଓ ଆକ୍ଷେପ ସହି ସହି, 

ଅନେକ ଦିବା ସ୍ୱପ୍ନ ମନରେ ବୋହି, 

ଯାଇଛି ତ କେତେ କେତେ ରାତ୍ରି ପାହି, 

ଭାବନାରେ ଭାବ ଯେବେ ଲୁଚି ରହି, 

କିଛି ଇଙ୍ଗିତ କରେ, ପାରେନା କହି, 

ମନ କାନନରେ ଘୁରେ ରହି ରହି, 

ହୁଦୟକୁ କେବେ କେବେ ଯାଏ ଛୁଇଁ, 

ବେଦନାରେ ଆଖିପତା ଯାଏ ନଇଁ, 

କେବେ କେବେ ଅଶ୍ରୁ ହୋଇ ଯାଏ ବହି, 

କିଛି ସେ ଅଶ୍ରୁ ଏ ଓଠ ଯାଏ ପିଇ, 

ଲାଗେ ତୁନି ତୁନି କିଛି ଯାଏ କହି, 

ଆଳାପର ବ୍ୟଗ୍ରତା ମନରେ ନେଇ..... 


ସମୟ ତ ଲୁଚକାଳି ଖେଳ କରେ, 

ବାନ୍ଧେ କେତେ ଆଶା ଅବୁଝା ମନରେ, 

କିଛି ଆଳାପ ବହୁ ପ୍ରତୀକ୍ଷା ପରେ, 

ହଜିଲା କିଛି ମିଠା ମିଠା କଥାରେ, 

କଥା ଆଶାବାଡି ଧରି ସେ ହାତରେ, 

କଳା ଧଳା କେଶ ନେଇ ସେ ମଥାରେ, 

ଖୋଜିଲା ନିଜକୁ ଅତୀତ ଭିତରେ, 

ଚଞ୍ଚଳ ସେ କି ଚଞ୍ଚକତା ମଧ୍ୟରେ !

ବୁଡ଼ିଲା ସେ ହଁ ନାହିଁ ପ୍ରଶ୍ନ ଭିତରେ, 

ତଥାପି ଯୁଝିଲା ବଡ଼ ସାହସରେ, 

ଆଳାପର ପରେ ରହେ ଅପେକ୍ଷାରେ, 

ମିଳାପ ହେଲେ ଦେଖିବ ନୟନରେ...... 


ସମୟ ଏବେ ଆଖିଠାର ମାରେ ତାକୁ, 

ଚେତାଏ ସେ ଆଗତ ଭବିଷ୍ୟତକୁ, 

ବର୍ତ୍ତମାନର କ୍ଷୀପ୍ରତା ବୁଝିବାକୁ, 

ଆବେଗ ସ୍ରୋତରେ ଅଙ୍କୁଶ ଦେବାକୁ, 

ବୁଝିବାକୁ ସେ ଭାବ ମରୀଚିକାକୁ, 

ଦର୍ପଣରେ ନିଜକୁ ପରଖିବାକୁ, 

ତଥାପି ପାରେନା ବୁଝାଇ ସେ ତାକୁ, 

ପାରୁନି ସମ୍ଭାଳି ସେ ବ୍ୟାକୁଳତାକୁ, 

ନୟନ ମେଲି ଦେଖିବ ସେ ମିଳନକୁ, 

ମନ ଖୋଲି କହିବ ସବୁ କଥାକୁ, 

ମିଳାପରେ ଭୁଲିଲା ନିଜ ସ୍ମୃତିକୁ, 

ବିଳାପରେ ଲୁଚି ଲୁଚି କାନ୍ଦିବାକୁ....... 


ଏବେ ବସି ପ୍ରଶ୍ନ କରେ ଜୀବନକୁ, 

ନିର୍ବାସିତ କଲା କାହିଁକି ସେ ତାକୁ ?

ନ ବୁଝିଲା କାହିଁ ସମୟ ଠାର କୁ, 

ବୟସର ଏ ସତ୍ୟ ପ୍ରତାରଣାକୁ, 

ଆଳାପରେ ବି ପଥଭ୍ରଷ୍ଟା ହେବାକୁ, 

ଅତୀତରେ ତାର ଏତେ ଭରସାକୁ, 

ଭରିଲା ସେ ମନେ ମିଳାପର ଆଶାକୁ, 

ସେ ଆବେଗରେ ଟପିଲା ତ ସୀମାକୁ, 

ହାରିଲା ସେ ଯେବେ ତ ସବୁ ସ୍ମୃତିକୁ, 

କହୁ କହୁ ଭୁଲିଗଲା ସବୁ ଭାବନାକୁ, 

ଆଜି ପର କରିଦେଲେ ସବୁ ତାକୁ, 

ବିଳାପେ ନିର୍ବାସିତ ପରି ହେବାକୁ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy