ଆଲିଙ୍ଗନ
ଆଲିଙ୍ଗନ
ଅଧାକିଛି ସ୍ବପ୍ନ ଥିଲା
ଦେଖିବାକୁ ସାଥେ
ଆଉ କିଛି କଥା ଥିଲା
କହିବାକୁ ତତେ
ଭାବପ୍ରବଣତା ବାକିଥିଲା
ଖୋଜେ ନିର୍ଜନତା
ସେବେଠୁ ମୁଁ ଅଧାଭିଜା
ସବୁ ଲାଗେ ପିତା
ଈଶାରା ବୁଝି ନଥିଲି
ଥିଲା ମୋ ମୂର୍ଖତା
ଜିଦଖୋର୍ ତୁ ନା ସମୟ !
ବୁଝୁନୁ କବିତା
ଜୀବନର ଅପରାହ୍ନେ
ମାରେ ନିସଙ୍ଗତା
ଦଲକାଏ ପବନର
ହରାଏ ମୋ ସତ୍ତା
ଅଭୁଲା ତୋ ଆଲିଙ୍ଗନ
ପଡୁନାହିଁ ପତା
ଲାଜ ଆଉ କଣ ଅଛି
ଏଇ ବାସ୍ତବତା ।

