STORYMIRROR

Umashankar Satpathy

Romance

2  

Umashankar Satpathy

Romance

ଆଲିଙ୍ଗନ

ଆଲିଙ୍ଗନ

1 min
235


ଅଧାକିଛି ସ୍ବପ୍ନ ଥିଲା 

ଦେଖିବାକୁ ସାଥେ

ଆଉ କିଛି କଥା ଥିଲା

କହିବାକୁ ତତେ

ଭାବପ୍ରବଣତା ବାକିଥିଲା

ଖୋଜେ ନିର୍ଜନତା

ସେବେଠୁ ମୁଁ ଅଧାଭିଜା

ସବୁ ଲାଗେ ପିତା

ଈଶାରା ବୁଝି ନଥିଲି

ଥିଲା ମୋ ମୂର୍ଖତା

ଜିଦଖୋର୍ ତୁ ନା ସମୟ !

ବୁଝୁନୁ କବିତା

ଜୀବନର ଅପରାହ୍ନେ

ମାରେ ନିସଙ୍ଗତା

ଦଲକାଏ ପବନର

ହରାଏ ମୋ ସତ୍ତା

ଅଭୁଲା ତୋ ଆଲିଙ୍ଗନ

ପଡୁନାହିଁ ପତା

ଲାଜ ଆଉ କଣ ଅଛି

ଏଇ ବାସ୍ତବତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance