STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଆଲାଦିନର ପ୍ରଦୀପ

ଆଲାଦିନର ପ୍ରଦୀପ

1 min
238

ଏମିତି ଦିନେ ବୁଲୁ ବୁଲୁ ନଦୀକୂଳେ

ଅନ୍ୟମନସ୍କ ହୋଇ ଏକ ମୁହଁ ସଞ୍ଜ ବେଳେ

ଦେଖିଲି ବାଲି ଭିତରେ ପୋତି ହୋଇ ରହିଥିବା ନିବୁଜ ପ୍ରଦୀପଟିଏ

ଅବିକଳ ସେଇ ଆଲାଦିନର ପ୍ରଦୀପଟେ ଭଳି। 


ଉତ୍ସୁକତାର ସହ ଉଠେଇ ଆଣିଲି ଧୀରେ

ପରିଷ୍କାର କରି ଯେବେ ଧରିଲି ହାତରେ

ଇଛ୍ଛା ହେଲା ଘସିଦେଲି ମୋ ଆଙ୍ଗୁଠି ଟିପରେ

ଆକାଶକୁ ଆଲୋକିତ କରି 

ବିଛ୍ଛୁରିତ ହେଲା ଏକ ଆଲୋକ ମଣ୍ଡଳ

ଯାହା ଥିଲା ମୋ କଳ୍ପନା ବାହାରେ। 


ଧୀରେ ଧୀରେ ଉଭା ହେଲା

ସ୍ଥୂଳକାୟ ବିଚିତ୍ର ରୂପଟିଏ

ଅଟ୍ଟାହାସ୍ୟରେ କମ୍ପିଲା ମୋ ହୃଦ

ତାଳଗଛ ଉଚ୍ଚ ହେବ ଅଜବ ସେ ଜୀବ

ମସଗୁଲ ଅତି ଆନନ୍ଦରେ। 


କିଏ ତୁମେ ପଚାରିଲି ଯେବେ

କରଯୋଡ଼ି କୁହେ ସେ ବିନୟେ

ବନ୍ଦୀ ଥିଲି ବହୁଦିନୁ ପ୍ରଦୀପ ଭିତରେ

ଆଜି ହେଲି ମୁକ୍ତ ତୁମ ସ୍ପର୍ଶେ

କୁହ ତୁମ କି କରିବି ସେବା

ଦାସ ହୋଇ ଥିବି ସଦା ତୁମରି ପାଶରେ। 


ଉଲ୍ଲସିତ ହେଲା ମୋର ଚିତ୍ତ

କହିଲି ମୁଁ ଭୟ ମିଶା ଦାମ୍ଭିକ ସ୍ୱରରେ

କରୋନାର ପ୍ରକୋପରେ ଗ୍ରସିତ ଏ ବିଶ୍ୱ

ମୋତେ ଓ ମୋ ପରିବାରକୁ ରକ୍ଷାକର

ଏ ମହାମାରୀର ଭୀଷଣ ପ୍ରକୋପରୁ

ସନ୍ତୁଷ୍ଟ ମୁଁ ହେବି ତେବେ ତୋହରି ଉପରେ। 


କିଳିକିଳା ରଡ଼ିରେ ସେ କମ୍ପାଇ ଗଗନ

କହିଲା କ୍ରୋଧରେ

ପ୍ରକୃତିକୁ ନିଜ ହାତେ କରିଛ ଆହତ

ପ୍ରତିଟି ତା ଅବୟବରେ ଦେଇଛ ଆଘାତ

ଆଜି ତାର ପ୍ରକୋପରେ ହୁଅ କିମ୍ପା ଦୁଃଖୀ

ଏହା ତୁମ କର୍ମଫଳ

ଯାହାକୁ ତୁମେ ଅର୍ଜିଅଛ ନିଜର ହାତରେ। 


ମୁଁ ପାରିବି କରି ଏତିକି ସାହାଯ୍ୟ

ମୋ ସାଥିରେ ମିଶି ଆସ

ପ୍ରକୃତିକୁ କରିବା ପୁଣି ସଜ

ପ୍ରଦୂଷଣ ମୁକ୍ତ କରି ଜଳ ବାୟୁ ମାଟି

ସବୁଜିମାରେ ଭରିଦେବା ସାରା ଧରାପୃଷ୍ଠ। 


ହସିବ ଧରଣୀ ଆଉ ନାଚିବ ପ୍ରକୃତି

ବିଷାଣୁର ପ୍ରଭାବରୁ ମିଳିଯିବ ମୁକ୍ତି

ବାହାରର ପ୍ରକୃତି ପରେ ବିଜୟ ଆଶା ତେଜି

ଅନ୍ତର ପ୍ରକୃତି ଜୟ କରିବା ନିଷ୍ଠାରେ

ତେବେ ଯାଇ ବିଜୟୀ ବୋଲି କହିବା ମହୀରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract