ଆକୁଳ ବିଳାପ
ଆକୁଳ ବିଳାପ
ବିଷମ ଦାରୁଣ ଦୁଃଖ କୁଳିଶ ପ୍ରହାରେ
ଉତ୍କଳ ର ସାହିତ୍ୟ କାନନେ
ଜଳି ଗଲା ତା ପ୍ରକୋପେ ଅମୁଲ୍ୟ ଅଲଭ୍ୟ
ସୁବର୍ଣ୍ଣ ପାଦପ ଅନୁକ୍ଷଣେ ।
ଓଡିଆ ଜାତି ଆକାଶ ଉଦ୍-ଭାସିତ ରବି
ଅସ୍ତମିତ ଅବା ଅବେଳରେ
ନିର୍ଘାତ ଅନ୍ଧାରେ ମଗ୍ନ ଉତ୍କଳ ଭୁବନ
କାନ୍ଦୁଛନ୍ତି ସର୍ବେ ଆର୍ତ୍ତସ୍ଵରେ ।
ଦଶଦିଗୁ ଶୁଭୁ ଅଛି କ୍ରନ୍ଦନ ର ରୋଳ
ଅନିଳେ ଖେଦୋକ୍ତି ଗୁଞ୍ଜରଣ
ତଟିନୀ ପ୍ରବାହେ କରି ଆକୁଳ ବିଳାପ
ଏମନ୍ତ ତା କୁଳୁକୁଳୁ ତାନ ।
ଉଜ୍ଵଳ ଜୋତିଷ୍କ ଜ୍ୟୋତି ପ୍ରଶାନ୍ତ ମୂରତି
ନମ୍ର,କମ୍ର ସୁନ୍ଦର ଶ୍ରୀମୁଖ
ପ୍ରଜ୍ଞା ଜୋଛନା ବିଧୌତ ଜ୍ଞାନ ଗର୍ଭ ବାଗ୍ମୀ
ଶାସ୍ତ୍ରେ ଅନୁପମ ହେ କାର୍ମିକ ।
ଧନ୍ୟ ତୁମେ କ୍ଷଣଜନ୍ମା ଧନ୍ୟ ମାତା,ପିତା
କିମ୍ବଦନ୍ତୀ ପୁରୁଷ ପୁଙ୍ଗବ
ସାହିତ୍ୟାକାଶ ନକ୍ଷତ୍ର ମର୍ଯ୍ୟାଦା ପୁରୁଷ
ପ୍ରାତଃ ସ୍ମରଣୀୟ ପୁଣ୍ୟ ଶ୍ଳୋକ ।
ମହା ପ୍ରସ୍ଥାନ ର ଗତି “ଭୂଲୋକ ଭୁବନ
ତେଜି” ଆଜି ପରଲୋକ ପଥେ
ଅମର ଧାମକୁ ଗତି ଚିରକାଳ ପାଇଁ
ପରକରି ଆମକୁ ହେ ଏଥେ ।
ଅମ୍ଳାନ ପ୍ରତିଭା ପନ୍ନ ଧୀ-ମାନ ମନିଷି
ପ୍ରଜ୍ଞା ପୁରୁଷ ପରମ ଯୋଗୀ
ଭାଷା ସାହିତ୍ୟର ପୁଣ୍ୟ ପ୍ରଭା ଆଭା ରଶ୍ମି
ବିଭାଷେ ଅମୃତ ମୟ ଛବି ।
ସାହିତ୍ୟ ଗୌରବ “ରୁଷି ପ୍ରତିମ” ମନୋଜ
ଲଭି ଦିବ୍ୟ ତେଜ ପୁଞ୍ଜ ଜ୍ୟୋତି
ଲିନହେଉ ପୂଣ୍ୟ ଆତ୍ମା ଶ୍ରୀହରି ପୟରେ
ଗାଅ ରେ ମନ୍ତ୍ର ଓଁ ଶୁଭ ଶାନ୍ତି ।
ଉତ୍କଳ ଅମୂଲ୍ୟ ରତ୍ନ ସ୍ଵର୍ଗ ଅଭିଯାନେ
ସାଜସଜ୍ଜା “ପୁଷ୍ପକ ବିମାନ
ଉପସ୍ଥିତି ଦେବଦୂତେ” ଗନ୍ଧର୍ବେ ମଧୁର
କରୁଛନ୍ତି ସ୍ଵାଗତ କିର୍ତ୍ତନ ।
ସରଗ ଦେଶରେ ରହି ଦେବତାଙ୍କ ମେଳେ
ପ୍ରତିଫଳୁ ତବ ଆଶିର୍ବାଦ
ଶୁଭ ଜ୍ଞାନ ମନ୍ଦାକିନୀ ଝରୁ ଏ ଉତ୍କଳେ
ଶ୍ରଦ୍ଧାଞ୍ଜଳି ହେ ଭୂଷଣ ପଦ୍ମ ।