STORYMIRROR

Kishore Nayak

Children

3  

Kishore Nayak

Children

ଆଖିର ଲୁହ ଦେବାରେ ପୋଛି

ଆଖିର ଲୁହ ଦେବାରେ ପୋଛି

1 min
16


ଆଖିର ଲୁହ ଦେବାରେ ପୋଛି 

ଦୁଃଖ ବେଦନା ନରହୁ କିଛି 

ନରହୁ ରାଗ ରୁଷା 

ସ୍ନେହ ମମତା ହସ ଖୁସିରେ 

ପୁରୁ ସବୁରି ଆଶା ll

ସୁଖ ଦୁଃଖର ଏଇ ସଂସାର 

କିଛିତ ଏଠି ନୁହଁଇ ସ୍ଥିର 

ସମୟ ଯାଏ ବହି 

କର୍ମର ପଥେ ଆଗେଇ ଚାଲ 

ଏଇ କଥାଟି କହି ll

ଦୁଇଦିନର ଏଇ ଜୀବନ 

ସତ୍ୟର ସଦା କର ସନ୍ଧାନ 

ଅଳସ ହୁଅନା ଜମା 

ଲକ୍ଷ୍ୟ ପଥରେ ଚାଲରେ ସଦା 

ଆସୁ ଯେତେ ଖାଲ ଖମା ll

ନରଖି ମନେ ଆପଣା ପର 

ସଭିଙ୍କୁ ସଦା କର ଆଦର 

ନକର ଅଭିମାନ 

କର୍ମ ତୁମର ହେଉ ଅମର 

ଏକଥା ରଖ ଧ୍ୟାନ ll

ହୁଅନା ସୁପ୍ତ ହୁଅ ଜାଗ୍ରତ 

ଅଖ୍ୟାତ ମଧ୍ୟେ ହୁଅ ବିଖ୍ୟାତ 

ନିଜର କର୍ମ ବଳେ 

ନିଷ୍ଠା, ସାଧନା, ଉଦ୍ୟମେ ସବୁ 

ସମ୍ଭବ ମହୀତଳେ ll

ଜ୍ଞାନ, ଦକ୍ଷତା ବଳରେ ପିଲେ 

ଏକାଗ୍ରତା ଆଉ ସାଧୁତା ଥିଲେ 

ସବୁକୁ ଯିବ ଜିଣି 

ବିଦ୍ୟା ଆୟତ୍ତେ ପାରିବ ତୁମେ 

ସବୁରି ମନ କିଣି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children