ଆଖି
ଆଖି
ବିଚିତ୍ର ଏ ଦୁନିଆ,
କେବେ ସତ ତ କେବେ ମିଛ,
ବେଳେବେଳେ ଆଖି ଦେଖି ବି
ଅଦେଖାର ଅଭିନୟ କରେ ।
କାହିଁକି ନା
ମିଛର ପ୍ରହେଳିକା ପାଖରେ
ସତ୍ୟତା ହାର ମାନିଯାଏ ।
ପ୍ରକୃତିର ସୌନ୍ଦର୍ଯ୍ୟକୁ
ଆଖି ମନଭରି ଉପଭୋଗ କରେ,
ଆତ୍ମବିଭୋର ହୋଇ
ମନ ମୋର ନାଚିଉଠେ ।
ପ୍ରତାରଣା, ଛଳନାରେ
ଆଖି ମୋର ଲୁହ ଢାଳେ,
ହେଲେ
ଲୁହ ଧାର ଓଠ ପିଇଯାଏ ।
ଜହ୍ନ ଯେବେ ତା ନିଦ ଭାଙ୍ଗେ,
ମୋ ଆଖିବି ତା ନିଦ ଭାଙ୍ଗେ,
କିଛି ପୁରୁଣା ସ୍ମୃତି ସାଉଁଟି
ଅଭିମାନି ଲୁହକୁ ଆୟତ୍ତ କରି,
ଦରଦୀ ଛାତିର କୋହକୁ
ଚାପିରଖେ ଆଖି ନିଜ କୋଣରେ ।
ପୁଣି
ବଞ୍ଚିବାର ସ୍ବପ୍ନ ଦେଖାଏ ଆଖି,
ସତରେ ହଉ ଅବା ମିଛରେ
ଖୁସି ରହିବାର ଅଭିନୟ କରେ ।