STORYMIRROR

Biswaranjan Mohanty

Abstract

3  

Biswaranjan Mohanty

Abstract

ଆକାଶ

ଆକାଶ

1 min
251


ବ୍ୟବଧାନ ମାଟି ଆକାଶର 

     ମୋହ ପାଇଁ ସେ ତ ଅଗୋଚର l 

ମନେ କିନ୍ତୁ ରହିଛି ବିଶ୍ୱାସ 

     ଦିନେ ନିଶ୍ଚେ ଛୁଇଁବି ଆକାଶ l 

ଯହିଁ ଅଛି କୁବେରର ପୁର 

     ନଦୀ ପୁଣି ବହେ ପ୍ରାଚୁର୍ଯ୍ୟର l 

ସ୍ନାନ କଲେ ସେ ପାଣିକୁ ଛୁଇଁ 

     ବୈକୁଣ୍ଠଟା ଶିରେ ଆସେ ନଇଁ l 

ଲିଭାଇ ସମ୍ପର୍କ ଅତୀତର 

    ଭୁଲିଯାଇ ଏ ମର୍ତ୍ତ୍ୟ ସଂସାର l 

ପୂର୍ଣ୍ଣ ହୁଏ ମାନବ -ମାନସ 

    ନର ଜନ୍ମେ ଘେନଇ ସନ୍ନ୍ୟାସ l 

କରୁଥାଏ ଅମୃତ ସଂଧାନ 

   ମୁଁ ଖୋଜିବି ସେ ପୂତଜୀବନ l 


    


Rate this content
Log in

Similar oriya poem from Abstract