STORYMIRROR

Mishra Manasi

Abstract

4  

Mishra Manasi

Abstract

ଆକାଶ

ଆକାଶ

1 min
232


ସୃଷ୍ଟିଚକ୍ର ସୂତ୍ର ପଞ୍ଚମହାଭୂତ

ଆପ୍,ତେଜ,କ୍ଷିତି, ବ୍ୟୋମ,ମରୁତ

ଏପଞ୍ଚ ଶକ୍ତିର ସୂକ୍ଷ୍ମ ରସାୟନେ

ସମ୍ଭାରିତ ହେଲା ଜୀବ ଜଗତ ।1।

ପଞ୍ଚଶକ୍ତି ମଧ୍ୟେଏକ ମହାଶକ୍ତି

ନାମ ତାର ବ୍ୟୋମ ଅବା ଆକାଶ

ଆମେ କ୍ଷୁଦ୍ର ଅଣୁ ସେ ଯେ ବ୍ରହ୍ମ ରେଣୁ

କିଏ କଳିବ ତା ଆରମ୍ଭ ଶେଷ ।2।

ଜୀବ ଘଟେ ପୁଣି ପରମ ବସିଛି

ପରମରୁ ଜୀବ ଯାଉଛି ହଟି

ଆକାଶ ଘଟରେ ଭୂତ ଗଇଁଠାଳ

ଆରମ୍ଭ ଯେଉଁଠି ଶେଷ ସେଇଠି ।3।

ଏଡେ ଟିକେ ମୁଣ୍ଡ ଏଡେ ଟିକେ ଛାତି  

କିବା ବଖାଣିବା ଶୂନ୍ୟ ସଂହିତା

ଆଲୋକ ପୁଲକ ବିଳାସୀ ଗୋଲକ

କେବଳ ରୁହନ୍ତି ଦିଅଁ ଦେବତା ।4।

ଭାଗ୍ୟର ଗଣନା ପୂଜା ଉପାସନା

ସବୁ ଅନ୍ତରୀକ୍ଷ ଅନ୍ତର ତଳେ

ଵ୍ରହ୍ମା,ଵିଷ୍ଣୁ,ଶିଵ ଆଦି ଦେବଗଣ

ନବଗ୍ରହ ଛନ୍ତି ନଭ ମଣ୍ଡଳେ ।5।

ବୈଶାଖୀ ଆକାଶ ଭାରି ନିଦାରୁଣ

ବରଷା ଆକାଶ ଓଦା ଉଦାର

ଶୀତରେ ଶୀତଳ କାଚ କେନ୍ଦୁ ଦେହ

ବସନ୍ତେ ଉକୁଟେ ପ୍ରେମ ମହ୍ଲାର ।6।

ଗ୍ରହ ଉପଗ୍ରହ ତାରକା ସମୂହ

 ଛାଇ ଆଲୋକର ଗତିକୁ ଭେଦି

ସିଦ୍ଧାନ୍ତ ଦର୍ପଣ ସିଦ୍ଧାନ୍ତରେ ସାର

ପଠାଣିସାମନ୍ତ ଜ୍ଞାନ ବାରିଧି।7।

ଅନ୍ତରୀକ୍ଷ ଦାନେ ଜୀଵନ ଚାଲୁଛି

ଅନ୍ତରୀକ୍ଷ ଜାଳେ ଜୀବନ ଶେଷ

ଅନିଳ,ଅନଳ ସବୁତାର ଖେଳ

ପ୍ରଶ୍ୱାସେ ଅମୃତ ନିଶ୍ୱାସେ ବିଷ ।8।

ଆକାଶର ଦାନ ଜଳ ଓ ପବନ

ଆକାଶର ଦାନ ଆଲୋକ ରେଖା

ଆମେ ଭସ୍ମାସୁର ତା ପ୍ରାଣ ନାଶୁଛୁ

ଛାଡିଧୂଆଁ ନଳୀ ଅଙ୍ଗାର ଶିଖା ।9।

ଧରଣୀ କାନ୍ଦଇ ମୁଣ୍ଡ କୋଡ଼ିହୋଇ

ଦେଖରେ ଆକାଶ ମଣିଷ ବୁଦ୍ଧି

ନିଜ ପ୍ରକୃତିରୁ ନିଜେ ସେ ପାଉଁଶ

କିଏ କାଇଁ ତାର ହେବ ବିବାଦି ।10।



Rate this content
Log in

Similar oriya poem from Abstract