STORYMIRROR

shibananda barik

Abstract

3  

shibananda barik

Abstract

ଆକାଶ

ଆକାଶ

1 min
244

ଆସୀମତା ରୁ ଆରମ୍ଭ ଓ ଶେଷ ବି ସେଇଠି,

କେବେ କିଏ ଖୋଜିଛି କି ତୋର ପରିସୀମା?

ଅନନ୍ତ ବ୍ୟାପ୍ତି ତୋର ଯୁଗ ଯୁଗ ଧରି ସ୍ଥିର ,

କେବେ କିଏ ହଜେଇଛି କି ତୋର ଦୃଢ଼ ଅମା?


ନୀଳ ନୀଳ ଗାଲିଚା ରେ ଜହ୍ନ ତାରା ଫୁଲ ଫୁଟେ,

ସକାଳ ସଞ୍ଜ ରେ ରଙ୍ଗ ବଦଳାଇ ମାଦକତା ।

ପର୍ବତ ର ଗୁଣ ଧରି ତପସ୍ୟା କି କରୁଛି ହୋଇ ସ୍ଥିର,

କେବେ କିଏ ଭଙ୍ଗିଛି କି ଶତାବ୍ଦୀ ର ନିରବତା?


ଆଗକୁ ଆଗକୁ ଆହୁରି ଆଗକୁ ଗଲେ ଉଡି ,

ପଛକୁ ପଛକୁ ଆହୁରି ପଛକୁ ଗଲେ ଫେରି।

ସାଗରଠୁ ଗୁଣ ନେଇ ଲଙ୍ଘିଛି କି ମହାଦେଶ,

କିଏ କେବେ ଧରି ପାରିଛି କି ଶୂନ୍ୟତା ର ଲହରୀ?


ଶୂନ୍ୟ ଶବ୍ଦ ରେ ଗୁଣ ଦେଇ ବଜାଇ କି ବୀଣା,

ବିଶାଳ ହୃଦୟ ରେ ଖଞ୍ଜା ଗ୍ରହ ଯନ୍ତ୍ର ମୟ।

ନିସ୍ତବ ତା ଧମନୀ ରେ ପ୍ରଶାନ୍ତି ର ରକ୍ତ ବହେ,

କିଏ କେବେ ଆଘାତ କରିଛିକି ତୋ ହୃଦୟ?


କେବେ ବିଜ୍ଞାନର କୁହୁକ ପେଢ଼ି ରେ ସାଇତା,

କେବେ ପ୍ରେମିକ ର ସ୍ବପ୍ନ ନାୟିକା ପାଇଁ ଉପହାର।

କେବେ ଦରଦୀ ହୃଦୟର ଅସଜଡା ଶବ୍ଦମାଳ,

କେବେ ଲେଖନୀ ମୁନ ରେ ବିଳାସ ର ତୁଳି ଶର୍ଯ୍ୟା।


କହ ତୁ ରେ ଆକାଶ,

  କିଏ କେବେ ବୁଝିଛି କି ତୋ ମନ କଥା?

 କିଏ କେବେ ପାରିଛି କି ତୋତେ ଛୁଇଁ?

 କିଏ କେବେ ପଚାରେ କି ତୋ ଭଲମନ୍ଦ?

 କିଏ କେବେ ଆଳାପରେ ବନ୍ଧୁ କରେ କି ତୋତେ ନେଇ?


ଆ ଆମେ ବନ୍ଧୁ ହବା ପ୍ରେମ କରିବା ,

ମୋ କ୍ଷୁଦ୍ରତା ଟି ବିଶାଳତା ରେ ଲାସିଯିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract