STORYMIRROR

Dharitri Das

Abstract Inspirational

4  

Dharitri Das

Abstract Inspirational

ଆକାଶ

ଆକାଶ

1 min
304

କାହିଁ କେତେ ଦୁରେ ମିଶିଛ ଦିଗବଳୟେ

ପୃଥିବୀ ବକ୍ଷକୁ ସ୍ପର୍ଶ କରିବା ପରାୟେ।

ଦିନରେ ସୁରୁଜ ରାତିରେ ଚାନ୍ଦକୁ ଧରି

ତାରା ଗଣ ମେଳେ ଶୋଭାକୁ ଦିଅ ବିସ୍ତାରି।

ନୀଳ ରଙ୍ଗେ ତୁମ ବାଦଲ ଢ଼ାଙ୍କଇ ଯେବେ

ସୌନ୍ଦର୍ଯ୍ୟର ସୀମା କେ ବର୍ଣ୍ଣିପାରିବ ତେବେ।

ସବୁଠୁ ସୁନ୍ଦର ଲାଗ ଇନ୍ଦ୍ରଧନୁ ସାଥେ

ଉଦୟ ଅସ୍ତ କାଳୀନ ସୁରୁଜର ମାଥେ।

ସୁନିର୍ମଳ ସୁଵିସ୍ତୀର୍ଣ୍ଣ ହୋଇ ପ୍ରକଟିଛ

ଶୁନ୍ୟ ଶୁନ୍ୟ ମହାଶୂନ୍ୟରେ ଝୁଲିଅଛ।

ପୃଥିବୀ ବକ୍ଷେ ବିନା ଖମ୍ବେ ଛାତ ହୋଇ

କାହିଁ କେତେ କାଳୁ ଆକାଶ ନାମକୁ ବହି।

କେତେ ଯତନରେ ଗଢ଼ିଅଛି ସତେ ବିହି

ବ୍ୟୋମ ଗଗନ ନଭ ଆଦି ନାମକୁ ଦେଇ।

ଆତ୍ମା ଯେପରି ଘଟେ ରହିଥାଏ ନିର୍ବିକାରେ

ପ୍ରତି ଦେହେ ଥାଇ ସଙ୍ଗ ନୁହଁଇ ସେ କାହାରେ।

ମେଘ ସେପରି ଢାଙ୍କିଥାଏ ତୋହର ଶରୀରେ

ତୋ ସହ ନ ମିଶି ରହିଥାଏ ଛାୟା ପରକାରେ।

ସେହିପରି ବ୍ୟାପିଅଛୁ ତୁହି ଏ ସାରା ସଂସାରେ

ଏହିଗୁଣ ପାଇଁ ଅବଧୂତ ଗୁରୁ ତ କଲାରେ।



Rate this content
Log in

Similar oriya poem from Abstract