STORYMIRROR

Dr.Sashi Bhushan Mohapatra

Classics

3  

Dr.Sashi Bhushan Mohapatra

Classics

ଆକାଶ ମନସ୍କ

ଆକାଶ ମନସ୍କ

1 min
21

 

ଆକାଶରୁ ଆସୁଛି ଆଲୋକ

ପକ୍ଷୀମାନେ ଦେଉଛନ୍ତି ଉଡାଣ

ମାଟିରେ ହସୁଛି ଧାନ କ୍ଷେତ

ଫୁଲରୁ ଫୁଲକୁ ଛୁଉଁଛି ପ୍ରଜାପତି 

ଭା୍ରି ମନୋହର ଜହ୍ନର ରାତି।


ମାଟିରୁ ଆକାଶ ସବୁ ବିସ୍ମୟ

ପ୍ରତିଟି ଦୃଶ୍ୟ ମନରେ ମନମଗ୍ନ

କିଏ ସେ କରିଛି ଏତେ ସବୁ

ଇଛାହୁଏ ତାଙ୍କୁ ଜାଣିବାକୁ ।


ମହାଶୂନ୍ୟରୁ କାହାର ଏ ଡାକ

ମନର କବାଟ କରେ ଖଟ୍ ଖଟ୍

ଘର ର ଅଗଣାରେ ପଡିଛି

କାହାର ଏ ପାଦ ଚିହ୍ନ,

କାହାର ଏ ସଂଗୀତ 

ଲାଗେ ଏତେ ଆପଣାର ଆପଣାର?


କିଏ ଜାଣିଛ କି ତାଙ୍କୁ,

ନିଜର କରିଛ କି ତାଙ୍କୁ

ଯିଏ ଏହିଠାରେ ଥାଇ ଏଇଠି ନଥାଇ

ମୋହ ମାୟା ହରି

ଜୀବନକୁ କରେ ଆନନ୍ଦମୟ।


ମୁଁ ଜାଣିଛି ମୁଁ ଶୁଣିଛି

ତୁମେ ହାତ ଠାରି ଠାରି ଡାକୁଛ,

ମୁଁ ଶୁଣି ଶୁଣି ହେଉଛି ପ୍ରସ୍ତୁତ

ଦେହ କବାଟ ଖୋଲି ଦେଇଅଛି

ମନ ପକ୍ଷୀ ଦେବ ଉଡାଣ।


ମୋ ଉଡିବାପଣରେ କ'ଣ

ମୁଁ ମାଟିରୁ ଆକାଶ ଉଡିପାରେ,

ଠିକଣା କୁ ଖୋଜିପାରେ?

ଅବଶ୍ୟ ପାରିବି ଉଡି ତୁମ ଡାକରାରେ।


ଏ ଡାକ ଦୂର ଆକାଶର ଡାକ

ଅନ୍ଧାରରୁ ଆଲୋକ

ପାପରୁ ପୁଣ୍ଯ 

ଜନ୍ମରୁ ମୁକ୍ତି।

ମୁଁ ଏବେ ଅାକାଶ ମନସ୍କ

ତୁମ ପ୍ରେମରେ

ତୁମେ ମୋର ପ୍ରାର୍ଥନାରେ

ତୁମେ ସର୍ବବ୍ୟାପ ସଭିଙ୍କ ଭିତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics