STORYMIRROR

Pratap Kishore Rout

Children

4  

Pratap Kishore Rout

Children

ଆଜିର ଶିଶୁ

ଆଜିର ଶିଶୁ

1 min
347

ଆଜିର ଶିଶୁ ଯେ କାଲି ହେବ ନିଶ୍ଚେ

    ଏ ଦେଶର କର୍ଣ୍ଣଧାର

ଏହି ସମ୍ଭାବନା ରହିଛି ତା' ପାଖେ

    କଦାପି ହେଳା ନକର

    ଆଜି ଯେ ବଡ ହୋଇଛି

ସେତ ଦିନେ ପୁଣି ହୀନିମାନ ଥିଲା

   ସମୟ ସାକ୍ଷୀ ରହିଛି ।


ଉଦ୍ୟାନରେ ଫୁଟି ଛୋଟ ଫୁଲଟିଏ

     ସୁବାସ ବିତରି ଥାଏ

ଶିଶୁଟି ସେପରି ବଡ ହୋଇ ଦିନେ

    ଦେଶ ଗୌରବ ବଢାଏ

    ଦେଶର ସମ୍ପଦ ସିଏ

ସେ ଓଠରେ ଯଦି ହସ ନଫୁଟଇ

    ଦେଶ କି ଗର୍ବିତ ହୁଏ ।


ପାଳନ ପୋଷଣ ଅଭାବ ନରହୁ

    ତାହାର ବଢିବା ପାଇଁ

ଦେଶ ଦେଶର ସେ ଭବିଷ୍ୟତ ଜାଣ

    ତା' ପାଇଁ ଦେଶ ହସଇ

   ଦିନେ ସେ ବଡ଼ ହୋଇବ

ଆପଣା ସୁରଭି ବାଣ୍ଟି କୋଣେ କୋଣେ

    ସଭିଙ୍କ ମନ ମୋହିବ।


   

    

   

   

  



Rate this content
Log in

Similar oriya poem from Children