STORYMIRROR

Lalit kumar Swain

Abstract Classics Inspirational

4  

Lalit kumar Swain

Abstract Classics Inspirational

ଆଜିର ଲହୁଣୀ ଶିକ୍ଷା

ଆଜିର ଲହୁଣୀ ଶିକ୍ଷା

1 min
201

ଦ୍ୱାପରରୁ ଅଦ୍ୟାବଧି......

ଦିନ ବର୍ଷ ଯୁଗ ହୋଇ ଚାଲିଛି ସମୟ

ପରିବର୍ତ୍ତନ କରିଛି ତାର ରୂପ, କାୟା, ମାୟା

ଲହୁଣୀ ପ୍ରସ୍ତୁତିର ସେ ପଦ୍ଧତି, ଆଜି ବି ସେମିତି

ସେମିତି ରହିଛି ତାର ମୂଲ୍ୟ, ସ୍ୱାଦ ଥିଲା ଯାହା।


ଅବଶ୍ୟ କ୍ଷୀରରୁ ଦହି ର ପ୍ରକ୍ରିୟା ଇ କାରଣ ଆବିଷ୍କୃତ

ଦଧି ମନ୍ଥନ ରୁ ଲବଣିର ଜାତ

ଲହୁଣୀ ପ୍ରାପ୍ତି ପରର ପରବର୍ତ୍ତୀ ଦହି

ସତେ ଯେପରି ଖଣ୍ଡେ ଅଦରକାରୀ ବହି

ଘୋଳ ଦହି, ମୂଲ୍ୟ ହ୍ରାସ, ଅଦରକାରୀ

ଲହୁଣୀ ପାଏ ଆଦର ଭାରି।


ଯେଉଁ କ୍ଷୀରରେ ଏ ଦହି ଲହୁଣୀ, ଛେନାର ସତ୍ତା ନିହିତ

ତାହା ସମସ୍ତଙ୍କ ଆଦୃତ

ଲହୁଣୀ ଆହୁରି ଆଦୃତ

ମନ୍ଥନର ପରବର୍ତ୍ତୀ ପର୍ଯ୍ୟାୟ

ହତାଦର ହୁଏ ଚଲହା ଓ କ୍ଷୀରର ସତ୍ତା ବିଲୟ।


ବର୍ଷକର ବାର ମାସ ଶିକ୍ଷାଦାନ ପ୍ରୟାସ

ନିର୍ଘଣ୍ଟ, ଦିନ ହୋଇ "ଅ ଠାରୁ କ୍ଷ" ର ଶେଷ

ପରୀକ୍ଷାର ପୂର୍ବ ପ୍ରସ୍ତୁତି ବେଳେ, ଏସବୁ କାହିଁକି ମଳିନ

କେବଳ ନିର୍ଦ୍ଧିଷ୍ଟ କିଛି ପ୍ରଶ୍ନର ଉତ୍ତର ଛାଡି

ବର୍ଷ ସାରା ପଢା ଯାଇଥିବା ପାଠର

ଅପମାନ କାହିଁକି, ବର୍ଷ ସାରା ପାଠ କ୍ଷୀର ଓ

ସେ ନିର୍ଦ୍ଧିଷ୍ଟ ପ୍ରଶ୍ନ ଗୁଡିକ ଲହୁଣୀ ନୁହେଁ ତ ??


ଶୈଶବ ର ଖେଚୁଡ଼ି ପାଠ କ୍ଷୀର ସଦୃଶ

ବୟସ ବୃଦ୍ଧି ସହ ଶିକ୍ଷାର୍ଥୀ ସ୍ୱାଧୀନ

ବାଛନ୍ତି ପାଠ୍ୟ ବିଭାଗ, ପୁସ୍ତକ ଭିନ୍ନ

ଆସ୍ତେ ଆସ୍ତେ, କ୍ଷୀର ସତ୍ତା ଯାଏ ଅପସରି

ଲହୁଣୀ ପାଇଁ, ଚଲହା କୁ ଚାଂହାନ୍ତିନି ଫେରି।



ସମସ୍ୟାର ସମାଧାନ ପାଇଁ ଘୋଡା ଦୌଡ

ଅସଂଖ୍ୟ ତଥ୍ୟ ସଂଗ୍ରହ, ପରିକଳ୍ପନା ଯୋଡ

ସମାଧାନ ପାଖା ପାଖି, ପ୍ରାପ୍ତି ପରେ ଏଠି

ଅସଂଖ୍ୟ ତଥ୍ୟ ସତ୍ତା କ୍ଷୀର ମାପକାଠି

ସମାଧାନ ଲହୁଣୀ, ଜଣେ ପାଇଲା ପରେ

ଅନ୍ୟ ସମସ୍ତେ ଦହିର ତ୍ୟାଗକୁ ଯାଆନ୍ତି ଭୁଲି।


ଏ ଲହୁଣୀର ଶିକ୍ଷା, ଆଜି ପ୍ରଚଳିତ ସମାଜେ

ସବୁକିଛି ଜାଣି, ପ୍ରାଣୀ ଶିକ୍ଷା ମଧ୍ୟେ ହଜେ।




Rate this content
Log in

Similar oriya poem from Abstract