STORYMIRROR

SUJATA DAS

Classics

3  

SUJATA DAS

Classics

ଆଜିର କବିତା

ଆଜିର କବିତା

1 min
194


ମାଆ ଲୋ

ତୁ ଚାଁହୁଥିଲୁ

ତୋ ନୟନ ମଣି

ଆଦର ଦୁଲଣୀ,

ସାଜୁ ପାଟରାଣୀ

ବଡଘରେ ବିଭାହେଉ

ଧନ ଧାନ୍ୟେ ଭରିଯାଉ

ତା ପଣତ କାନି।


ତୁ ଵା କେମିତି ଜାଣିବୁ

ବଡ଼ ଘରେ କେତେ କଥା

କେତେ ଦୁଃଖ କେତେ ବ୍ୟଥା

ମାର୍ବଲ କାନ୍ଥ ଦେହେ

କେତେ ରକ୍ତ ଛିଟା ।


ତୁ ସିନା ଶିଖେଇଥିଲୁ

ଆମ ଗାଁ ପୋଖରୀ ରହସ୍ୟ

ଜଳ ଭଉଁରୀ ବିପଦ

ନିଶବ୍ଦରେ ବୁଲୁଥିବା

ଝାଞ୍ଜିର ଦାନଵ

ନିଜର ସୁରକ୍ଷା କୌଶଳ ।


ଶିଖେଇନୁ ତ କାହିଁ

ଛଳନା, ପ୍ରତାରଣା

ମିଥ୍ୟା ପ୍ରବଞ୍ଚନାରୁ

ବଂଚିବାର ବାଟ

ଗଢିବାକୁ ମହଲ

ଚଞ୍ଚକତାର ସମ୍ପର୍କ ।


ବୁଝେଇଦେଇନୁ ତ

କେମିତି ଚିହ୍ନିବାକୁ ହୁଏ

ମୁଖା ପିନ୍ଧା ମିଛ ମଣିଷ

ଶିଖେଇନୁ ତ କାହିଁ

ଭେଦିବାକୁ ଚକ୍ରବ୍ୟୁହ

ସ୍ୱାର୍ଥ ସାଧନର ।


ନିତି ମରି ପୁଣି

ଜିଁଇ ବାକୁ ହୁଏ ପ୍ରଭାତରେ

କର୍ତ୍ତବ୍ୟର କ୍ରୁର ତାଡନାରେ,

ମାଖିବାକୁ ହୁଏ ରଙ୍ଗ

ଆଖି ଓଠ ହୃଦୟରେ

କରିବାକୁ ଅଭିନୟ

ଜୀବନ ରଙ୍ଗଶାଳାରେ ।


ତୁ ତ ଶିଖେଇଛୁ ଖାଲି

ଲୁଚି ଲୁଚି ପିଇବାକୁ ଲୁହ

ହେବା ପାଇଁ ପୃଥିବୀଟେ

ସହିବାକୁ ସବୁ କଷ୍ଟ

ଛାତିରେ ଗୋପନେ

ସାଇତିବାକୁ ସବୁ ବ୍ୟଥା

ଯନ୍ତ୍ରଣାର କୋହ

ବଞ୍ଚାଇବାକୁ ସମ୍ପର୍କର ମୋହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics