STORYMIRROR

Dipti lekha Mishra

Abstract

3  

Dipti lekha Mishra

Abstract

ଆଜି ବି ନୁହଁ ସ୍ବାଧୀନ

ଆଜି ବି ନୁହଁ ସ୍ବାଧୀନ

1 min
52

ମୋ ଦେଶ ପାଇଛି ସ୍ବାଧୀନ

ତଥାପି ଆମେ ପରାଧୀନ

ଅନ୍ୟର ଦୟାରେ ବଞ୍ଚିବାକୁ

ସବୁବେଳେ ଛଟପଟ ଏ ଜୀବନ॥


ଭୋକିଲା ପେଟକୁ ଦାନା ନାହିଁ

ବେରୋଜଗାରିଆ ମାଳମାଳ

ଆତ୍ମୀୟ କଥା ବୁଝିବା ଦୂର

ମଦ ପାଇଁ ସବୁ ଗୋଳମାଳ॥

ସବୁ ବଞ୍ଚିଛେ ଯାହା ଜନ୍ମିଛେ ବୋଲି

ନିଜର ନାହିଁ କିଛି ଅଧିକାର

ଏଠି କିଛି ନୂଆ କରିବ ଯଦି

ଯିବାକୁ ହୂଏ ରାଜନୀତି ଦରବାର॥

ଠିଆ ହେବାକୁ ହୁଏ କାଠଗଡାରେ

ନିର୍ଦ୍ଦୋଷୀ ପାଏ ଦଣ୍ତ ଅଧିକ

ଦୋଷୀ ମୁକ୍ତ ହୁଏ ଟଙ୍କା ବଳରେ

ଅନ୍ୟାୟ ଚାଲିଛି ଏଠି ଅନେକ॥

ରୋଗୀପାଇଁ ନାହିଁ ଔଷଧ ଏଠାରେ

ନିରୋଗୀ ପାଶେ ଖୋଲା ଭଣ୍ତାର

ଔଷଧ ବିକଳେ ତାଟିଆ କାମୁଡି

ବଢୂଛନ୍ତି ଯାହା ଚୋର ତସ୍କର॥

ଆଜି ସ୍ବାଧୀନ ହୋଈ ବି ଗରିବ ପରାଧିନ

ଏଠି ମାଆଭଉଣୀଙ୍କୁ କରନ୍ତି ବଳାତ୍କାର

ନିଜ ଜୀବନ କୁ ଝୂଲାଇ ଫାଶୀରେ

କୁହନ୍ତି ମିଛ ଅଟେ ଏ ମାୟା ସଂସାର।

ଧିକ ଧିକ ଶତଧିକ ନେତାଙ୍କୁ ଆଜି

ଚାକିରି ଦେବି କହି ଯାହା ଲୂଟନ୍ତି

ଲାଞ୍ଚ ମିଛ ଏଠି ମିଳୁଛି ପ୍ରଚୁର ପରିମାଣ

ସଭିଏଁ ଦେଶକୁ ଲଣ୍ତା କରି ବଞ୍ଚୁଛନ୍ତି॥

ସ୍ନେହ ଶ୍ରଦ୍ଧା ସବୁ ଗଲାଣି ଚୁଲିକୁ

ମାରଧର ଏଠି ସବୁ ଗଳିକନ୍ଦିରେ

ଅଭାବ ଏଠି ଅହିଂସା ନୀତି ସର୍ବହୄୄୄୄୄୄଦେ

 ବଞ୍ଚିବ କି ନାହିଁ ଭାରତ ମାତା ସତରେ?

ମୁଁ ମୁଁ ବୋଲି ମେଁ ମେଁ କରନ୍ତି ସବୁ

ବୁଝନ୍ତିନି ଶାସ୍ତ୍ର କି ପୁରାଣ

ଅନ୍ୟାୟ ଅନୀତିରେ ବୁଡି ରହିରହି

ହାରନ୍ତି ନିଜ ଅମୂଲ୍ୟ ଜୀବନ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract