STORYMIRROR

Shiba Charan Mahapatra

Classics

2  

Shiba Charan Mahapatra

Classics

ଆହେ ବିଶ୍ୱନିୟନ୍ତା

ଆହେ ବିଶ୍ୱନିୟନ୍ତା

1 min
112


ଆହେ ବିଶ୍ୱନୀୟନ୍ତା..

କେଉଁ ଦୋଷେ ଜଳାଅ ମୋ ଜୀବନ୍ତ ଚିତା..??


ପ୍ରଭୁ..

ତୁମରି ଇଛାରେ ଚାଲେ ଅଗ୍ନି ପରେ

ମାୟାର ଜଞ୍ଜିର ବେଢି 

ତୋ ସୃଷ୍ଟି ରକ୍ଷଣେ ମୋହ ଘୋର ବନେ

ଶୂନ୍ୟକୁ ଧରେ ଜାବୁଡି..


ଜାଣିଛି ତୁ ପୂର୍ଣ୍ଣ ତୁହି ପୁଣି ଶୂନ୍ୟ 

ତୁହି ସର୍ବ ରଚୟିତା... 

ଆହେ ବିଶ୍ୱନୀୟନ୍ତା...


ତୁମେ ପରା କୁହ କର୍ମ ମୋର ଧର୍ମ 

କର୍ମ ହିଁ ଜଗତପତି

ଏ'କେଉଁ କରମ ମୋ ଭାଗ୍ୟେ ଆଙ୍କିଲ 

ଯାଇ ପାରେନା ତୋ କତି.. 


ତୁ'କି ବୁଝିବୁ ଛାତି ତଳ କୋହ 

ଓଠ ତଳ ଯେତେ କଥା..

ଆହେ ବିଶ୍ୱନୀୟନ୍ତା...


ମୁରୁକି ହସୁଛୁ ସଙ୍ଗେ ଧରି ଭଗ୍ନୀ  

ବଡଭାଇ ହଳପାଣି

ଜଗତ ଜୀବନ କଲ୍ୟାଣ କରୁଛୁ

ବୋଲାଇ ମଉଡମଣି..


ମୋ ବେଳକୁ କିଆଁ ପହଡ ରଖିଛ 

ମେଲିଦିଅ ଭକ୍ତି ପତା..

ଆହେ ବିଶ୍ୱନୀୟନ୍ତା..


ଦାତାପଣେ ତୋର ବାନା ଫରଫର 

ଉଡୁଛି ଯୁଗକୁ ଯୁଗ

ତୋ'ଠାରୁ ଦୂରେଇ ରଖିଲେ କହ୍ନେଇ 

ପ୍ରାଣେ ଘୋଟେ କଳା ମେଘ..


ତୁମେ ମୋର ବନ୍ଧୁ ତୁମେ ପରିଜନ

ତୁମେ ମୋର ମାତା ପିତା..

ଆହେ ବିଶ୍ୱନୀୟନ୍ତା..


ଜାଣିଛି ମୁଁ ନୁହେଁ ତୋ ଭକତେ ଗଣା

ମିଳିବ କାହୁଁ କରୁଣା

ସଂସାର ଜଞ୍ଜାଳ ହେଲା ଆଜି କାଳ

ଅଭାବକୁ ଭାବ ଉଣା..


ଏଭବ ପଙ୍କରୁ ଉଦ୍ଧାର ହେ' ହରି

ଦିଅନା ଭୌତିକ ବ୍ୟଥା.. 

ଆହେ ବିଶ୍ୱନୀୟନ୍ତା..


ବାଟହୁଡି ତୋତେ ଭୁଲିଗଲି ବୋଲି

ତୁ'କି ଭୁଲିଯିବୁ ମୋତେ

ଅନାଥର ନାଥ ବୋଲିବେନି କେହି

ଅପନିନ୍ଦା ହେବ ଯେତେ..


ଚାହେଁନା ଚାହେଁନା ତୋର ଯଶ କ୍ଷତି 

ଉଚ୍ଚ ରହୁ ତୋର ମଥା..

ଆହେ ବିଶ୍ୱନୀୟନ୍ତା.. 

ଜାଳିଦେଲେ ଜାଳିଦିଅ ଜୀବନ୍ତ ଚିତା..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics