STORYMIRROR

Ashutosh Swain

Romance

2  

Ashutosh Swain

Romance

ଆଗୋ ପ୍ରିୟେ

ଆଗୋ ପ୍ରିୟେ

1 min
345

ଆଗୋ ପ୍ରିୟେ,

ମନେ ପଡେ ସେଦିନର

ଶୀତୁଆ ସକାଳ

ତୁମେ ଆସିଲ

ଅସମ୍ଭବ ପରି ଲାଗିଲା

ସତରେ କ'ଣ ଆସିଛ

ଉଷୁନା ଧାନଗଜା ହେଲା

ହେଲେ ସତ ଥିଲା

ସୁରୁଜ ବି ସଜ ହୋଇନଥିଲେ

କିନ୍ତୁ ତୁମେ ଆସିଥିଲ

ଭାରୀ ଲାଜକୁଳୀ

ନିରିମାଖୀ ତୁମେ

ଲାଜଲାଜ ସେହି ଆଖିରେ

କହିଗଲ ଅନେକ କଥା

ତୁମେ ନୀଳ ସାଗରର

ଅସୁମାରୀ ଢେଉ

ତୁମେ ଅସରନ୍ତି ଆକାଶର

ମିଂଜିମିଂଜି ତାରା

ତୁମେ ଲାଲ୍ ଗୋଲାପ କଢି

ସୌନ୍ଦର୍ଯ୍ୟ ରେ ଭରପୁର

ଦିଗବଳୟର ତୁମେ

ଲାଜକୁଳା ସୁର୍ଯ୍ୟ

ତୁମେ ସେଇ ପ୍ରେମିକ ଭ୍ରମର

ହୃଦୟ ଫର୍ଦ୍ଦରେ 

ଢାଳିଦେଲ ତୁମେ

ସପ୍ତରଙ୍ଗର ଅବୀର

ତୁମେ ସଙ୍ଗୀତର ସାତସୁର

ବୀଣାର ଝଙ୍କାର

ତୁମେ ପୁନେଇଁ ଆକାଶର 

ସଫେଦ୍ ଜହ୍ନ

ତୁମେ ମେଘ ଆକାଶର

ରଙ୍ଗୀନ୍ ଇନ୍ଦ୍ରଧନୁ 

ତୁମେ ଚନ୍ଦ୍ର ଠାରୁ 

ଅଧିକ ଶୀତଳ

ଆଉ ସୂର୍ଯ୍ୟ ଠାରୁ

ଅଧିକ ପ୍ରଖର

ତୁମେ ମୋ ଜୀବନ ମହ୍ଲାର

ତୁମେ ମୋ ପୀରତିର ଡୋର

ତୁମେ ମୋ ଜୀବନ ନାଟୀକା

ମନ ବଗିଚାରେ ଫୁଲ ମୋ

ଫୁଟିଲା ତୁମ ସ୍ପର୍ଶଟିକେ ପଡି

ମୋ ଜୀବନ ଜାହ୍ନବୀରେ

ତୁମେ ନୀଳ କଇଁ

ମନ ଆଉ ପ୍ରାଣ ସତେଜ

ସତେଜ ହେଲା ମୋ

ତୁମ ଆଗମନ ଶୁଣି

ପ୍ରେମ ରଜ୍ଜୁମୋର 

ଏତେ ଦୃଢ ଥିଲା

ଏବେ ମୁଁ ପାରିଲି ଜାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance