ଆଗୋ ପାନ୍ଥଶାଳାର ପଥିକ
ଆଗୋ ପାନ୍ଥଶାଳାର ପଥିକ
ଆଗୋ ପାନ୍ଥଶାଳାର ପଥିକ
ତୁମକୁ ମୁଁ ଭଲ ପାଉଥିଲି
ନିଜ ଠାରୁ ବି ଅଧିକ।
ଦିନେ ଦୁଇଦିନ କୁଣିଆ ସାଜି
ଆସିଥିଲ ମୋ ବସାକୁ
ଭବିନେଇଥିଲି ସବୁ କିଛି ଭୁଲି
ତୁମ ସାଥେ ଉଡିଯିବାକୁ।
ରଙ୍ଗ ମୋ ନଥିଲା
ସୁର ମୋ ନଥିଲା
ସବୁ ଥିଲା ଫିକା ଫିକା
ତୁମ ଆଗମନେ କଅଁଳ ଯୌବନେ
ଜଳିଥିଲା ଦୀପ ଶିଖା।
ତୁମରି ଆଖିରେ ଦୁନିଆ ଦେଖିବି
ଦେଖାଇଲ କେତେ ସପନ
ତୁମେ ଗଲା ପରେ ସ୍ମୃତି ତୁମ ସବୁ
ରହିଚି ହୋଇ ଗୋପନ।