STORYMIRROR

bebismita kar

Abstract Others

3  

bebismita kar

Abstract Others

ଆଗୋ ପାନ୍ଥଶାଳାର ପଥିକ

ଆଗୋ ପାନ୍ଥଶାଳାର ପଥିକ

1 min
304

ଆଗୋ ପାନ୍ଥଶାଳାର ପଥିକ

ତୁମକୁ ମୁଁ ଭଲ ପାଉଥିଲି

ନିଜ ଠାରୁ ବି ଅଧିକ।


ଦିନେ ଦୁଇଦିନ କୁଣିଆ ସାଜି

ଆସିଥିଲ ମୋ ବସାକୁ

ଭବିନେଇଥିଲି ସବୁ କିଛି ଭୁଲି

ତୁମ ସାଥେ ଉଡିଯିବାକୁ।


ରଙ୍ଗ ମୋ ନଥିଲା

ସୁର ମୋ ନଥିଲା

ସବୁ ଥିଲା ଫିକା ଫିକା

ତୁମ ଆଗମନେ କଅଁଳ ଯୌବନେ

ଜଳିଥିଲା ଦୀପ ଶିଖା।


ତୁମରି ଆଖିରେ ଦୁନିଆ ଦେଖିବି

ଦେଖାଇଲ କେତେ ସପନ

ତୁମେ ଗଲା ପରେ ସ୍ମୃତି ତୁମ ସବୁ

ରହିଚି ହୋଇ ଗୋପନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract