ଆଗୋ ମାନମୟୀ
ଆଗୋ ମାନମୟୀ
ଆଜି ପଠାଇଛ
ଏ ଆଲୋକଚିତ୍ର
ଆଲୋକ ଢାଳିଛ
ମୋ ଶୂନ୍ୟ ଜୀବନର
ମରୁ ବାଲିରେ
ଆଜି ଆକାଶ ମୁକୁରେ
ତମ ମୁହଁ ଝଳେ
ହସ ବର୍ଷିଯାଏ
ମୋ'ର ଏ ଏକାନ୍ତ
ଜୀବନ କେଦାରେ
ଆଗୋ ମାନମୟୀ
କହିବକି ମୋତେ
କାହିଁକି ଏତେ ଦିନ ଧରି
 
; ଛପି ରହିଥିଲ ତମ ଲାଜ
ଗୋଲାପର କୁଞ୍ଜରେ
ସତ କହିବ ସଖି
କାହିଁକି ଭୁଲି ଯାଇଥିଲ
ତମ ଏ ସାଥୀକୁ
ରଖିଥିଲ କେଉଁ
ଅଭିମାନ ମନରେ
ତମ ଏ ଦୁଇ ଆଖି
କହିଦିଏ ମତେ
ଖୋଜୁଅଛ ଏ ସାଥୀକୁ
ଭିଡି ଧରିବାକୁ
ତମ ବକ୍ଷରେ ।