ଆଗୋ ହଂସିନୀ
ଆଗୋ ହଂସିନୀ
ଆଗୋ ହଂସିନୀ ପ୍ରାଣ ପ୍ରିୟା ସଖି ମୋର! ଉଡ଼ି ଉଡ଼ି ଆସ ମାନସରୋବରୁ ତୁମ ଥଣ୍ଟେ ଧରି ଏକ ମୃଣାଳ କେଶର,
ହଜାଇ ଦିଅ ମୋତେ ତୁମ ବଣ୍ୟ ପାରିଜାତର ସୁଗନ୍ଧେ,
ଭୁଲାଇ ଦିଅ ମୋତେ ଖୁଆଇ ତୁମର ସୁଗନ୍ଧିତ ପଦ୍ମ କେଶର,
ପୋଛିଦେଇ ମନୁ ମୋର ମର୍ତ୍ତ୍ୟର ଭ୍ରମିତ ଆସର ମୋହମାୟାର ସଂସାରେ,
ସ୍ୱାଦିଷ୍ଠ ଖାଦ୍ୟ ଭୁଞ୍ଜି ଆମ ଅଂଶୁପାର,
ଦୋହଲାଇ ତୁମ ତନୁ ଆଉ ଶୁଭ୍ର ଗ୍ରୀବା ଆସ ସଖି ମୋର ପାଶେ ଝାଡ଼ି ଦିଅ ମୋଶିରେ ତୁମ ଜ୍ଞାନର ପରାଗରେଣୁ ଗ୍ରହଣ କର ଆମ୍ଭ ଶାରଦୀୟ ଅଭିନନ୍ଦନ।
ତା'ପରେ ମେଲାଇ ତୁମ ଧୋବ ଫର ଫର ଡେଣା ଅଂଶୁପା କୁଳରେ ଟିକେ ଶୁଣ ମୋର ବ୍ଯାକୁଳ ଅନୁରୋଧ,
କହିବ ଯାଇ ଆମ୍ଭର ଜ୍ଞାନ ଦାତ୍ରୀମାତା ଆଉ ତୁମ ସ୍ୱାମିନୀ ବୀଣାପାଣିଙ୍କୁ ଦେବାକୁ ତାଙ୍କ ଶୁଭାଶୀଷ ମୋତେ,
ଲଭି ତାଙ୍କ କୃପାଦୃଷ୍ଟି ଆଗେଇ ଚାଲିବି ମୁଁ ସାହିତ୍ଯ ସାଧନା ପଥେ ଝୁଣ୍ଟିବିନି ଆଉ କେବେ ଭବ କଣ୍ଟିକିତ ପଥେ।
ଉଡ଼ିଯାଅ ଆଗୋ ସଖି କରି ତୁମ ଡେଣା ଫଡ଼ ଫଡ଼ ସତ୍ୱର,
ଜଣାଇ ଦିଅ ମାତାଙ୍କୁ ଆମ୍ଭ ଅନ୍ତରର ଇପ୍ସିତ ସମାଚାର।