STORYMIRROR

ABADHOOT PANDA

Romance

3  

ABADHOOT PANDA

Romance

ଆଦ୍ୟା ପ୍ରେମିକା

ଆଦ୍ୟା ପ୍ରେମିକା

1 min
263

ଗଜରୁ ଥିଲା ମୋର କୁନି କୁନି ନିଶ

ଆଖିରେ ଥିଲା ମୋ ସ୍ୱପ୍ନର ଦେଶ

କାନ୍ଧରେ ଝୁଲାଇ ଖାକି -ବହି- ମୁଣି

ଶୂନ ଗାଡ଼ି ଚଢ଼ି ସଦା ଯାଉଥିଲି ମୁହିଁ

ଦୂର ସ୍କୁଲକୁ ପାଠଶାଠ ପଢ଼ିବାର ପାଇଁ

ସହଶିକ୍ଷା ଶୀତ ଦିନେ ମଜା ଦିଏ ଭାରି

କନ୍ଦର୍ପର ପୁଷ୍ପ ଧନୁ ଦିଏ ତନୁ ମନ ଘାରି

ଗୁରୁ ଗୁରୁମାଆଙ୍କ ପାଠ ପଢ଼ା ବେତ ମାଡ଼

କାନ ମୋଡ଼ା ଆଉ ନାଲି ଆଖିର ଡର

ରୋକି ଦିଏ କନ୍ଦର୍ପ ଧନୁର ରଙ୍ଗୀନ ଡୋର

ଚପଳ ମତି କିଶୋର ମୁଁ ଜାଣେନା ଗୁମର

ପ୍ରେମ କଣ ମନ କଣ ଭଲ ମନ୍ଦର ଆସର

କଟାକ୍ଷ ବକ୍ର ଚାହାଣୀ ମୋହିଲା ମନ ମୋର

ସେତ କୁମାରୀ କନ୍ୟା ପ୍ରେୟସୀ ସଦାଚାର

କୈଶୋର ଛାତ୍ର ମନେ ଉଠେ ବୟସର ଢେଉ

ଅମାନିଆ ଆଖି ମୋର କରିଚାଲେ ଚଢ଼ାଉ

ଦୃଷ୍ଟି ତୀର ବିଦ୍ଧ ହୁଏ ସହପାଠିନୀ ସୁମୁଖେ

ପାଇବାକୁ ଟିକେ ପ୍ରତି ଦୃଷ୍ଟି ତାର ହସମୁଖେ 

ଅପସରି ଯାଏ କୈଶୋର ଆସେ ଯୌବନ

ଜୀବିକାର୍ଜନେ ଶିକ୍ଷାନ୍ତେ ଲାଗେ ମୋର ମନ

ହାତକୁ ଦିହାତ ହୁଏ ମୁଁ ସନ୍ତାନ ଅରଜନେ

ବଂଶ ରକ୍ଷଣ କରିଚାଲେ ମୁଁ ଭରା ଯୌବନେ

ଲିଭି ଯାଇଛି ମନୁ ଆଜି ଆଦ୍ୟା ପ୍ରେମିକାର ପ୍ରତିଛବି

ସଂସାର ଚକ୍ରେ ବନ୍ଧା ମୁଁ ନାତିନାତୁଣୀ ସୁଖ ଭାବି ଭାବି 

ବରିଷ୍ଠ ନାଗରିକଙ୍କ ଉପାଧି ଶିରେ ଆଉ ତରୁଣ ପ୍ରାଣେ

ମାତି ଚାଲେ ମୁହିଁ ଅନ୍ଧାର ଆଲୁଅର ସତ୍ୟ କ୍ରୀଡ଼ାଙ୍ଗନେ

ପାଠ ସାଥି କଳ୍ପନା ପ୍ରେୟସୀ ସ୍ୱପ୍ନେ ଆସେ ବା ଯେବେ

ଠେଲିଦିଏ ଆଜି ତାକୁ ସ୍ୱପ୍ନରାଜ୍ୟ -ଅଭିସାରିକା ଭାବେ

    ********************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance