STORYMIRROR

subrat kumar jena

Abstract

2  

subrat kumar jena

Abstract

ଆଦ୍ୟ ବସନ୍ତର ଉନ୍ମୁକ୍ତ ସଂଧ୍ୟାଟିଏ

ଆଦ୍ୟ ବସନ୍ତର ଉନ୍ମୁକ୍ତ ସଂଧ୍ୟାଟିଏ

1 min
114

ଏକି ଶୀର୍ଷକ? ଉଠିବ ନିଶ୍ଚୟ ଅନେକ ପ୍ରଶ୍ନରାଜି,

ଉଠିବା ବା ସ୍ୱାଭାବିକ.

ହେଲେ ଏତ ଆରମ୍ଭ,ସୂର୍ଯ୍ୟ ଉତ୍ତରାୟଣ ହେଲା ପରେ ପରେ,

ସବୁର ପରିବର୍ତିତ ପଥରେ,

କିଏ କିଛି ନୂଆ ପାଇବା ଆଶାରେ,

କାହାର କିଛି ପୁରୁଣା କୁ ହରାଇବାରେ.

ବସନ୍ତ!ଆଃ....ସେ କାହାକୁ ବିମୋହିତ ନ କରେ,

ସାରା ଦେହରେ ଖେଳେ ଅଜବ ଶିହରଣ,

ନାରୁହେ ଶୀତୁଆ ସନ୍ଧ୍ୟାକୁ ଭୟ ଆଗ ଭଳି,

ତପନ ତେଜନ୍ତି ଜ୍ୟୋତିରାଶି ଧୀରେ ଧୀରେ ଉତ୍ତପ୍ତ ହୋଇ.

ବସନ୍ତକୁ ତ ସ୍ୱାଗତ କରେ ହଳଦୀ ବସନ୍ତ ,

ତାର ନିଆରା ଠାଣିରେ ଏ ଗଛରୁ ସେ ଗଛକୁ ଉଡି ଉଡି,

ଆଉ ନୂଆ ଭୁଆସୁଣି ବି ଠିକ ସେମିତି,

ଧୀରେ ଧୀରେ ତ୍ୟାଗ କରେ ସାରା ଦେହର ଅଳସକୁ,

ନୂଆ ଏକ ସ୍ୱପ୍ନରେ ବିମୋହିତ ହୋଇ.

ହେଲେ ଭାବତ ଥରେ,ବସନ୍ତ ଆସିବ ଆଉ ମଳୟ ବା ଜିବ କୁଆଡେ,

ସେ ବି ଖେଳିବ ସୁଲୁ ସୁଲିଆ କମୋଳ ସ୍ୱଭାବରେ,

ସର୍ବଦା ଚେଷ୍ଟିତ ଭରିବ ସବୁରି ହୃଦୟକୁ ନୂଆ ଏକ ପୁଲକରେ,

ବିଦ୍ୟାଦାୟିନୀ ବାଗ୍ଦେବୀ ଆସିବେ ଧରାକୁ ଶିକ୍ଷାର ବାର୍ତା ନେଇ,

ଆଉ ଏ ବସନ୍ତ!ଅନୁଭବ ଅଲଗା ଅଲଗା ମଞ୍ଚ ସ୍ଥାନ ନେଇ,

ହୋଇଥାଏ ଯଦି ସେ ଉତ୍କଳ ମଣ୍ଡପ,

ଆଉ ଚାଲିଥିବ ଆସର ମୟୁରଭଞ୍ଜ ମହୋତ୍ସବ ର,

ଆଃ ସେ ପରିବେଶ ...କେତେ ଚମତ୍କାର,

ଥରେ ଭାବିଲେ ମାଦଳ ସହ ଚମ୍ପୁ ଆଉ ଛଉ ନୃତ୍ୟର ପରିବେଷଣ,

ଚାରିଆଡ଼ ଖାଲି ମୁଢିମାଂଶର ବାସନା,

କେତେ ଆନନ୍ଦ ଦାୟକ ମୁହୂର୍ତ୍ତ,ଏ ବ୍ୟସ୍ତବହୁଳ ଜୀବନ ନାଟକେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract