STORYMIRROR

Upendra prasad Mahala

Romance Inspirational

4  

Upendra prasad Mahala

Romance Inspirational

ଆଦ୍ୟ ଆଷାଢ

ଆଦ୍ୟ ଆଷାଢ

1 min
233


ଆସିବାର ଥିଲା ଆସିଛି  
ଅ।ଦ୍ୟ ଅ।ଷାଢ ଛୁଆଁରେ
ଟପ୍ ଟପ୍ ବର୍ଷା ବିନ୍ଦୁ।
ଗୋଟାପଣେ ଦେହମନକୁ 
ଭିଜାଇ, ରସାଇ।
ମହକୁଛି ଧୂସର ମାଟି।
କଅଁଳୁଛି ସବୁଜ ପତ୍ର, 
ଫୁଲକଡି ଡାଳ ଅଗରେ।

ୠତୁ ମୌସୁମୀ ସାଥୀରେ ଆଣିଛି 
କେତେ ରଂଗର କାଗଜ ଡଙ୍ଗା,
ଚାରିଅ।ଡେ ଚବଚବ ପାଣି 
କୁନି କୁନି ଢେଉର ଖେଳନା
ରାତି ଗୀତର ଅ।ସର ଲାଗି
ଚଳଚଞ୍ଚଳ ଝିଙ୍କାରୀ ଦଳ, 
ବେଙ୍ଗବେଙ୍ଗୁଲି ।

ତୃଷାର୍ତ୍ତ ମାଟିର ଭିଜା ଓଠରେ
ମୁଣ୍ଡ ଟେକୁଛି କେଶୁର ଗଜା 
ଛୁଇଁବାକୁ ବର୍ଷାର ପ୍ରେମଛିଟା।
ସବୁଜ ଖେଳ ପଡିଅ।ରେ
ସାଧବ ବୋହୂଙ୍କ ମେଳି।
ଗାଁ ଦାଣ୍ଡରେ ପିଲାଏ ବ୍ୟସ୍ତ
କାଗଜ ଡଙ୍ଗା ଭସାଇବାକୁ
ନିଗିଡା ପାଣି ସୁଅରେ।

ଅ।ଦ୍ୟ ଅ।ଷାଢ ଜୀବନ 
ରଂଗର ଏକ ଚେତନା।
ତତଲା ମାଟିର ନିଃଶ୍ୱାସରେ
ଭରିଦିଏ ଶୀତଳ ସରସତା 
ଦେହମନକୁ ଭିଜାଏ ରଂଗରେ।
ଭସାମେଘ ନଇଁ ଆସି 
ଚୁମୁଥାଏ ମାଟି
ଅ।କାଶ ଛାତିରେ ବିଛେଇ 
ହେଉଥାଏ ଲତା ବିଜୁଳି
ଚମକୁଥାଏ ଛାତି।

ଜାଣେ ମୋ ହାତ ଧରି 
ନେଇଯିବ ସିଏ ଦୂରଦେଶ, 
ଯେଉଁଠି ଛାଡି ଅ।ସିଛି 
ପିଲାଦିନ, ଗପପେଡି 
ଜୁଳୁଜୁଳିଆ ପୋକଙ୍କ ବତୀରେ
ଝଲସୁଥିବା ନିଦୁଆ ମେଘ ରାତି।
ହାତରେ ଥିବ ମୋ ପ୍ରିୟ 
କାଗଜ ଡଙ୍ଗା । ପାଣି ସୁଅରେ
ଭସାଇଦେଲେ ଭାସି ଯାଉଥିବ
ମୋ ଅନୂଢା ପ୍ରେମିକାର
ଗାଁ ମୁଣ୍ଡ ଘରଯାଏ ।

ମେଘ ଓଡଣିରେ ମୁହଁ ଗୁଞ୍ଜି
ପୂର୍ବାଷାଢା ନକ୍ଷତ୍ର ଡେଣାରୁ
ଜ୍ୟୋତି ଖୋଜୁଥିବ ମୋ ଅ।ତ୍ମା
ପରାହତ ଜୀବନ ପାତ୍ରରେ 
ଭରିବାକୁ ଅ।ଶାର ଅ।ଲୋକ।
ଭାବର ପ୍ରେମିକା ଏକାଏକା
ବର୍ଷାରେ ଭିଜୁଥିବା ବେଳେ ।

ଚାହିଁ ରହିଥିବ ମୋ ପ୍ରିୟା
କେତେବେଳେ ଭାସିଅ।ସିବ
ଅ।ଦ୍ୟ ଅ।ଷାଢର ରଂଗ ମାଖି
ପ୍ରେମର କାଗଜ ଡଙ୍ଗା 
ତା' ହାତକୁ ଛୁଇଁବା ଯାଏ।

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance