STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଆଧୁନିକତା

ଆଧୁନିକତା

1 min
135

ଆଧୁନିକତାର ନାଆଁରେ ସମାଜେ

ଘଟୁଅଛି ବହୁ ଅନିତି କଥା,

ବୁଢା ବାପା ମା ଜରାଶ୍ରମେ ଯାଇ

କୁହନ୍ତି ଜୀବନ ବେଦନା ଗାଥା।।

ମଙ୍ଗଳ ଗ୍ରହର ବିଷୟରେ ଆମେ

କହୁଅଛୁ ବହୁ ଅଜଣା ବାର୍ତ୍ତା,

ନିଜ ଘର ପାଖ ଲୋକ ବିଷୟରେ

କହି ନ ପାରୁଛୁ ଦି ପଦ କଥା।।

ପ୍ରଯୁକ୍ତି ବିଦ୍ୟାରେ ଧୁରିଣ ଆମେରେ

ପୁସ୍ତକ ରହୁଛି ଲାଇବ୍ରେରୀରେ,

ମୋବାଇଲ କମ୍ପୁଟର ସାଥେ ଆମ

ସକାଳରୁ ସଞ୍ଜ ସମୟ ସରେ।।

ଗୁରୁ ଗୁରୁଜନେ ଭକତି କମିଛି

ଅଜଣା ରୋଗରେ ଆମ ଶରୀର,

ପରିବେଶ ପ୍ରଦୂଷଣ ବଢିଚାଲେ

ତାପମାତ୍ରା ବଢେ ପୃଥବୀପର।।

ରାସ୍ତାଘାଟ ସବୁ କଂକ୍ରିଟ ହେଲାଣି

ଚାଳଘର ସବୁ ହେଲାଣି ଶୂନ୍ୟ,

ସ୍ନେହ ପ୍ରେମ ସବୁ ଅନ୍ତର ହେଲେଣି

ସ୍ୱାର୍ଥବ୍ୟସ୍ତ ଅଟେ ଆମ ଜୀବନ।।

ଆଧୁନିକତାର ନାଆଁରେ ଭୁଲନି

ଆମର ଅତୀତ ଗୌରବ ଗାଥା,

ଆମରି ସଂସ୍କୃତି ସଭ୍ୟତାକୁ ନେଇ

ଗର୍ବକର ହୁଅ ବିଶ୍ବବିଜେତା।।



Rate this content
Log in

Similar oriya poem from Abstract