Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy Others

4  

Pranati Panda

Tragedy Others

ଆଧୁନିକ ନାରୀ (ମହକ ପ୍ରେମେ)

ଆଧୁନିକ ନାରୀ (ମହକ ପ୍ରେମେ)

1 min
603



ଅଲଗା ପ୍ରେମର ମହକରେ ତୁମେ

କେତେ ଉତୁରୁଛ ସତେ ,

ଯୌବନର ରଙ୍ଗ ସରିଯାଏ ବୋଲି

ଉପଭୋଗ କର କେତେ !!


ବେଶି ଲବଙ୍ଗର ଗୁଣ୍ଡ ପକେଇଲେ

ଚାହା ବି' ବେସ୍ଵାଦ ଲାଗେ ,

ଉତୁରା ଯୌବନ ସମ୍ଭାଳି ନହେଲେ

ଝୁଣ୍ଟି ତ' ପଡ଼ିବ କେବେ !!


ମହକର ରଙ୍ଗ ମୁହଁରେ ବୋଳିକି

ଆକର୍ଷିତ କରିପାର ,

ହୃଦୟେ ତୁମର ଆବର୍ଜନା ପୂର୍ଣ୍ଣ

ଅଭିନେତ୍ରୀ ସାଜିପାର!!


ଲୋକଙ୍କ ହୃଦୟେ ସହଜରେ ପରା

ଖେଳ ଖେଳିପାର ସତେ ,

ଅଭିନୟ ରଙ୍ଗ ଯେ' ଦିନ ଛାଡ଼ିବ

ବୟସ ନଥିବ ହାତେ !!


ମହକର ରଙ୍ଗ ପିଆଲାରେ ଭରି

ଉଛୁଳି ପଡୁଛି କପେ ,

କେତେ ଚା କପ୍ ଭାଙ୍ଗି ସାରିଲାଣି

ହିସାବ କରୁଥା ଆପେ !!


ଯୌବନର ରଙ୍ଗ ଥରେ ଆସିଥାଏ

ଚାହିଁଲେ ଫେରିବ ନାହିଁ ,

ମାନ ଓ ସମ୍ମାନ ସମ୍ଭାଳି ରଖିଲେ

ଅବଶୋଷ ରହିବନି !!


ହୃଦୟ କାହାର ଖେଳଘର ଭାବି

ଖେଳନା ହୃଦୟ ସାଥେ ,

ହୃଦୟ ହାଇ ଥରେ ଲାଗିଗଲେ

ଦୁର୍ଗନ୍ଧ ହୋଇବ ପଥେ !!


ନା' ରହିବ ତୁମର ମହକ ପ୍ରେମ

ନଚେତ୍, ନା' ଥିବ ତୁମେ ,

ବରଂ , ତା'ର ଲାଲ୍ ଆର୍ତ୍ତଚିତ୍କାରରେ

ଘଟ ପଡ଼ିଥିବ ଶୂନ୍ୟେ !!


Rate this content
Log in

Similar oriya poem from Tragedy