STORYMIRROR

ଉମା ଶଙ୍କର ମାଝୀ

Abstract

2  

ଉମା ଶଙ୍କର ମାଝୀ

Abstract

ଆଚରଣ

ଆଚରଣ

1 min
136

   କ୍ରୋଧ ରେ କୁହନା      କୁଭାଷା କାହାକୁ 

      ମନରେ ନ ଦିଅ କ୍ଳେଶ

   ତୁମେ ଯଦିଥାନ୍ତ      ତାହାରି ସ୍ଥାନ ରେ 

       କି ଥାନ୍ତା ଏ ପରିବେଶ

    

   ଯେଉଁ ବ୍ୟବହାର      ତୁମର ନିଜକୁ 

       ଯଦି ନ ଲାଗୁଛି ଭଲ 

   ସେହି ବ୍ୟବହାର      ଅନ୍ୟକୁ କିପରି 

        ଲାଗିବ ଟିକେ ଭାବିଲ

    

  ତେଣୁ ଜ୍ଞାନୀ ଜନ    କ୍ରୋଧ କୁ କହନ୍ତି

       କ୍ରୋଧ ପରମ ଚଣ୍ଡାଳ  

     ନମ୍ର ଆଚରଣ     କରେ ସଦବ୍ୟକ୍ତି 

        ଦେଖି ସ୍ଥାନ ପାତ୍ର କାଳ

    

  କ୍ରୋଧ ପରିହରି       ସ୍ଥାନ କୁ ବିଚାରି 

       କର ତୁମେ ନିଜ କର୍ମ 

   ପର ଉପକାର        ପୁଣ୍ୟମୟ ବ୍ରତ 

       ହେଉ ମାନବର ଧର୍ମ

    

   ତୁଣୀର ରୁ ତୀର     ମୁଖରୁ ଯେ କଥା 

        ବାହାରିଲେ ଫେରେନାହିଁ  

    କଟୁ କଥା କହି     ହୃଦେ ଦୁଃଖ ଦେଇ 

         ପଶ୍ଚାତାପ କର ନାହିଁ

     

    ଆମ ଆଚରଣ     ପ୍ରକାଶ କରଇ  

         କେମିତି ଆମ ବ୍ୟକ୍ତିତ୍ୱ

     ବଳହୀନ ଠାରେ    ବଳ ଦେଖେଇବା  

         ନୁହଁଇ କେବେ ବୀରତ୍ୱ

     

    ଯଦି କେହି କରେ  କୁଭାଷା ପ୍ରୟୋଗ

         ନୀରବ ଯେ ଶ୍ରେୟସ୍କର 

       ମୁଖ ରୁ ନିସୃତ   ଭାଷା ହିଁ କୁହଇ 

          କାର କେମିତି ସଂସ୍କାର

      

     ମିଳିମିଶି ଆମେ  କରମ କରିବା 

         ଏ ଦେହ ଯେ କେତେଦିନ 

      ପର ଉପକାର ଯଦି ନା ଲାଗିଲା 

          ଜୀବନ କି ମୂଲ୍ୟବାନ

      

     ଭାଷାରେ ସଂଯମ  କାର୍ଯ୍ୟ ରେ ନିଷ୍ଠତା 

           ହେଉ ସମସ୍ତଙ୍କ ନୀତି

      ଏ ଜୀବନ ହେଉ   ସଦା ତ୍ୟାଗପୂର୍ଣ୍ଣ  

           ଦେଶ ଓ ଜାତି ପ୍ରତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract