ଆବର୍ତ୍ତମାନ୍ ଯୁଗ
ଆବର୍ତ୍ତମାନ୍ ଯୁଗ
ଡିବିରି ବତି ର ଆୟୁଷ ସରିଲା
ଲଣ୍ଠନ ପ୍ରଭାବରେ ।
ଦୁନିଆ ଜ୍ଵାଳା ରେ ବୟସ ବଢିଲା
ବିଜୁଳି ବତୀ ର ସମାହାରେ ।
ଝାଟି ମାଟି ଘର ଚାଳ କୁଡିଆ ପୀଠ
ଲଣ୍ଠନ ପ୍ରଦୀପ ଦିଗ୍ଦର୍ଶନ ଥିଲା ଶାନ୍ତ ବାଟ ।
ଭାଗବତ ଟୁଙ୍ଗି ଖଞ୍ଜଣି ତାଳେ ସଂକୀର୍ତ୍ତନ ଭଜନେ ମାତିଥିଲା ଭକ୍ତ।
ଭକ୍ତ ଭଗବାନ ଙ୍କ ଭକ୍ତି ସେଇଠି
ଆଧ୍ୟାତ୍ମିକ ଚେତନା ଜାଗ୍ରତ ।
ନିର୍ବିକାର ହୋଇ ଗାଆଁ ପରିବେଶ ସେଇଠି
ଜ୍ଞାନୀ ମୁନି ହେଉଥିଲେ ସମ୍ମିଳିତ।
ମଇଳା ଇନ୍ଧନ ଦିକି ଦିକି ଜାଳି
ଜ୍ଞାନ ମାର୍ଗ ପ୍ରଶସ୍ତ ଥିଲା ।
ଅଲୋଡା ଏବେ ଲଣ୍ଠନ ଫଟା କାଚ ସାଥେ କଳଙ୍କିତ ହୋଇଗଲା।
ବିଜୁଳି ବତୀ ର ମୋହ ମାୟା ଜାଲ
ବୟସ ଫଟା ରେ ପଙ୍ଗୁ ହେଲା ଅକର୍ମଣା ।
ଖଞ୍ଜଣି ହଜିଛି ଉତ୍ତର ବୟସେ
ଫଟା କାଚ କି ଆଉ ଯୋଡ଼ିବ ଆତ୍ମା ପରମାତ୍ମା ଙ୍କ ଭାବନା ?
ଶିଥିଳ ଅବୟବ ଭୁଲା ପ୍ରଭୁ ଭାବ
ପଥରୋଧ ଜ୍ଞାନ ଶକ୍ତି ।
ଆବର୍ତ୍ତମାନ ରେ ଋତୁ ଚକ୍ର ପରି ପ୍ରାଣୀ
ଘୂରୁ ଥାଏ ନ ପାଇ ସେ ଜୀବ ମୁକ୍ତି.....।