STORYMIRROR

MADHU MITA

Abstract

4  

MADHU MITA

Abstract

ଆବର୍ଜନା ର ସାତୋଟି ସ୍କେଚ୍..

ଆବର୍ଜନା ର ସାତୋଟି ସ୍କେଚ୍..

2 mins
368


#୧...

ଚୋରା ଚୋରା ପିରତି ପରି..

ଧିରେ ଧିରେ ଚୋରି ଚୋରି..

ଚୋରି କରି ନେଇଥିଲା ନୂତନ କିଶୋରୀ...

ଅଳିଆ ଗଦା ରୁ କିଛି ପ୍ରସାଧନ କରି ଚୋରି...

ଦେଖୁଥିଲା ସେ ଅଳପ ନିରେଖି କରି..

ଭଙ୍ଗା କିଛି ଆଇନା ଖଣ୍ଡ ହାତରେ ଧରି...

ନିଜ ଅମାନିଆ ନୂତନ ଯୌବନ ର ଶିରି..

ଯା ପାଇଁ ଅଲୋଡା.. ବାତ୍ୟା ର ଆବର୍ଜନା.. ହତଶିରି..



#୨...

ଛୋଟ ଶିଶୁ.. ଆଖିରେ ଆଶା ଅସୁମାରୀ..

ନୂଆ ଶିଖୁଥିଲା ପାଠ..ସେ ବି ଲୁଚି କରି..

ନା ଥିଲା ସମ୍ବଳ..ଦାରିଦ୍ର୍ୟ ଅଣ୍ଟିରେ ଭରି..

କହୁଥିଲା ବଡ଼ ହେବି.. ପାଠ କୁ ନିଜର କରି..

ଅଳିଆ ରେ ପଡ଼ିଥିଲା ଚକ୍ ଖଣ୍ଡ ଯେପରି..

ଉଠାଇ ସନ୍ତର୍ପଣରେ.. ରଖିଲା ପକେଟ୍ ଭରି...

କିଛି ଦିନ ଲେଖି ହେବ.. ଏହି ପରି ଚିନ୍ତା କରି..

ଆନନ୍ଦରେ ଆଗେଇ ଗଲା.. ବଜାଇ ଖୁସି ସୁସୁରି...


#୩...

ଆବର୍ଜନା ପଡ଼ିଥିଲା.. ପାହାଡ଼ ସାଜି ଏଠି ସେଠି...

ପୂତିଗନ୍ଧମୟ ପରିବେଶ.. ବିରାଜୁ ଥିଲା ସବୁଠି..

ନର୍ସ ଜଣକ ଧରିଥିଲେ..କିଛି ପଲିଥିନ୍ କରି ଏକାଠି..

ବୋଧେ କିଛି.. ଅଜନ୍ମା..ପ୍ରାଣ..ଥିଲା..ସ୍ମୃତି ସାଉଁଟି..

ଧରା ପଡିଗଲେ ଅସୁବିଧା..ଭାବି ଠିଆ ହୋଇ ସେଠି..

ପକାଇ ଦେଲେ ଅଲୋଡା ଜୀବନ..ଆବର୍ଜନା ହେଲା ସେଇଠି..


#୪... 

ଜୀର୍ଣ୍ଣ ଶୀର୍ଣ୍ଣ ଭିକାରୀ ଟିଏ..

ସତେ କି ଜୀବନ୍ତ କଙ୍କାଳ ଟିଏ..

ଭୋକିଲା.. କେଜାଣି କେଉଁ କାଳୁ ସିଏ..

ଖାଦ୍ୟ ଲୋଭେ ବୁଲେ..ଯାହା ପାରେ ନିଏ..

ଦେଖିଲା ଅଇଁଠା ପତ୍ର ଆବର୍ଜନା ରେ ଥାଏ..

ଖାଦ୍ୟ କଣିକା ଟିକେ..ତାକୁ ସେ ଆଡେ ଟାଣି ନିଏ...

ଆବର୍ଜନା ମଧ୍ୟ କାଳେ ଜୀବନ ରକ୍ଷା କରିଥାଏ..

ଯେଉଁଠି ପରିଷ୍କୃତ ମୃତ୍ୟୁ..ନିଜ ପାଖକୁ ଡାକି ନିଏ..


#୫...

କୁଢ଼ କୁଢ଼ ଅଳିଆ ଭିତରେ...କିଏ ଜାଣେ କଣ ଅଛି..

କିଛି ସ୍ମୃତି ହଜିଚ୍ଛି. ଅବା କିଛି ଅନୁଭୂତି ଲୁଚିଛି...

କବି ଟି ନାକ ବନ୍ଦ କରି.. ତଥାପି ଆଗେଇ ଚାଲିଛି..

ଆଗାମୀ କାଲିର ଲେଖା ପାଇଁ..ବିଷୟ ବାଛି ଚାଲିଛି...

ଜୀବନ ଚଳନ୍ତି ନ ହେଲେ ଆବର୍ଜନା ସାଜିଛି..

ପ୍ରକୃତି ଆଗେ ମାନବତା.. ଆଣ୍ଠୁ ମାଡ଼ି ବସିଛି...


#୬...

ବସ୍ତି ଚଳ ଚଞ୍ଚଳ...

ଆସୁଛନ୍ତି ମହାମହିମ.. ଦେଖିବାକୁ ଅଞ୍ଚଳ...

ଖଟିଖିଆ ଆଜି ଛୁଟି ନେଇ..ଖୁସି ମନେ ସଚଳ..

ଦିନକ ମଜୁରୀ ମିଳିବ..ଦେଖା ଦେଇ ଦେଲେ କେବଳ...

ଅଳିଆ ଗଦା ପାଖେ ଫଟୋ ଉଠାଇ..ହସିଲେ ବାବୁ ସକଳ...

ଏଥର ନିର୍ବାଚନ ସଭା.. ଆରମ୍ଭିବା.. ଶୀଘ୍ର ଏଠୁ ଚାଲ..

ଆଗେଇ ଗଲେ ସମସ୍ତେ.. ପଛରେ ରହିଲା ବସ୍ତି ଗହଳ..

ଆବର୍ଜନା ମଝିରେ.. ସତେ କି..ସରୋଜ ପାଶେ ପଙ୍କ ଦଳ...


#୭...

ଏହିପରି ଆବର୍ଜନା ଭରି ରହିଛି ଚତୁର୍ଦ୍ଦିଗ ରେ..

ଅସ୍ଵାସ୍ଥ୍ୟକର ପରିବେଶ ଭରି ଯାଇଛି ସଭିଙ୍କ ମନରେ...

ସ୍ବପ୍ନ ଖାଲି ଦେଖାଯାଏ.. ସତ ମିଳେନାହିଁ ଦୁନିଆରେ..

ଭଗ୍ନ ସ୍ବପ୍ନ ସବୁ.. ଆବର୍ଜନା ହୋଇ.. ପଡ଼ିଥାଏ ଚଲାପଥରେ...

                         








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract