ଆ... କା..ମା..ଵୈ
ଆ... କା..ମା..ଵୈ
ଆ.... କା...ମା....ବୈ
ପାନ ଗୁଆ ଥୋଇ....
ଜନମ ଯାକ କର୍ମ ମୋର
ଐତିହ ତୋର ....ଗାରିମା ମୋର.…।
ସୁନେଲି କିରଣର ଆଭା
ବଢ଼େଇ ଦିଏ ନଦୀର ଶୋଭା।
ଯା ଭାସି ଯା ମୋ ଜୀବନ ଡଙ୍ଗା
ଚାଲିଯା ତୁ ବହୁ ଦୂରଦିଗନ୍ତ ।
ଯେଉଁ ଠି ହସୁ ଥିବେ ସୁନେଲି ରବି
ଖୁଶି ରେ ଭାରିଦେ ଜୀବନର ପ୍ରତିଛବି।
ନ ଥିବ କିଛି ଦୁଃଖର ଅଂଶ
ଥିବ ସବୁଠାରେ ଖୁଶି ଅଶେଷ ।
ଏହି ପ୍ରାର୍ଥନା ମୋ କର ସ୍ୱକାର
ଆହେ ଭାସ୍କର ହାତ ଯୋଡ଼ି କରେ ନମସ୍କାର।
