ଆ' ବଉଳ
ଆ' ବଉଳ
ଆ' ବଉଳ ଖେଳିବା ଖେଳ
ବର କନିଆଁ ହୋଇ,
ଆମ ସଂସ୍କୃତି ପରମ୍ପରାକୁ
ଭୁଲି ଯିବାଟି ନାହିଁ ।
ଆ' ବଉଳ ସାଙ୍ଗ ସାଥିରେ
ଖେଳିବା ହୁମୋ ନ ନ,
ଲୋପ ପାଉଛି ପୁରୁଣା ସ୍ମୃତି
ଲିଭୁଛି ସ୍ୱାଭିମାନ ।
ଆ' ବଉଳ ମୋ ସୁନା ସାଙ୍ଗ
ରାନ୍ଧିବା ଭାତ ଡାଲି,
ମାଟି ଖେଳଣା ସଜ ହୋଇଛି
ଗଦା ହୋଇଛି ବାଲି ।
ଆ' ବଉଳ ବସିବା ମିତ
ତୋର ମୋର ସାଥିରେ,
ଜୀବନ ସାରା ଏକାଠି ରହି
ପାଠ ପଢ଼ିବା ମଜାରେ ।
ଆ' ବଉଳ ଆ' ମକର
ଆଈ ମାଁ ପାଶେ ଯିବା,
ରାଜ କୁମାର ଗପ ଶୁଣିବା
ତା' କୋଳେ ଶୋଇଯିବା ।