STORYMIRROR

Arundhati Senapati

Romance

4  

Arundhati Senapati

Romance

A4 ସାଇଜର ଜୀବନ

A4 ସାଇଜର ଜୀବନ

1 min
130

A4 ସାଇଜ୍ ସାଧା କାଗଜ ପରି ଥିଲା ଏ ଜୀବନ

ଅଳ୍ପ ଅଳ୍ପ ଲେଖ ହିଁ ଯୋଡିଲା ଫର୍ଦ୍ଦ ପରେ ଫର୍ଦ୍ଦ।


ଜୀବନ ସିନା ଅତୀତ ବର୍ତ୍ତମାନକୁ ନେଇ ବ୍ୟତୀତ

ପରିବେଶ ପରିସ୍ଥିତି ସହ ଫର୍ଦ୍ଦମାନ ମିଶି ବହିରେ ପରିଣତ।


କିଛି ଚରିତ୍ର ହୃଦୟର ନିଭୃତ କୋଣରେ ହୁଅନ୍ତି ସ୍ଥାନିତ

ଆଉ କିଛି ଶିକ୍ଷା ଦେଇ ଜୀବନକୁ କରନ୍ତି ମାର୍ଜିତ।


ବହି ଭାଗ ଭାଗ ହୋଇ ବହୁ ଭାଗରେ ସିନା ବିଭକ୍ତ

ତଥାପି ସମୟ ସହ ପାଦ ଥାପି ଜୀବନ ହେଉଛି ବ୍ୟତୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance