STORYMIRROR

Amit Bal

Tragedy Inspirational

3  

Amit Bal

Tragedy Inspirational

(୫)* ଅଭିମାନିନୀ ର ମନ *

(୫)* ଅଭିମାନିନୀ ର ମନ *

1 min
213

ଏବେ ସେ ନୂଆ ନୂଆ କରୁଥିଲା ଅଭିମାନ

ମୁଁ ବୁଝୁଥିଲି ତା'ର ବି ଅଛି ଗୋଟେ ମନ

ଯିଏ ଝୁରେ ମୋତେ ଆଜି କାଲି ପ୍ରତି ମୁହୂର୍ତ୍ତରେ

ତା' ହସରେ ଲୁହରେ ଅପେକ୍ଷାର ଅନ୍ତିମ ବିନ୍ଦୁରେ ....


ଆଖିରେ ଜକେଇ ଲୁହ ସେ ଅଭିଯୋଗ କରେ

ସତେକି ମନ ମାରି ରୁଷି ଯାଏ ମୁଁ ଯିବା ପରେ ,

ଭାବର ଆକାଶେ ଏବେ ମୋର ପରୀକ୍ଷାର କ୍ଷଣ

ଗୋଟେ ପଟେ ଝିଅ ତ ଅନ୍ୟ ପଟେ ମା'ର ଋଣ ....


ଚହଲାଇ ଦିଏ ମନକୁ ସଂପର୍କର ବିଭୋର ପୁଲକ

କେବେ ଭାରିହୁଏ ପିତୃତ୍ବ କେବେ ମାତୃଭୂମିର ମୂଲକ,

ବେଳେଭାବେ ଭାଗ୍ୟର ବିଡମ୍ବନା ନା ସୈାଭାଗ୍ୟ ଏ ମୋର

ଏକା ସାଥେ ବାଣ୍ଟି ମୁଁ ନିଜକୁ କରୁନି ତ କାହା ପ୍ରତି ଅବିଚାର !


ମନ କହେ ବଡ଼ ହେଲେ ଝିଅ ମୋର ବୁଝିବ ତ ମୋତେ

ନିଜକୁ ହାଣି ହାଣି ଚାଲିଛି ମୁଁ ନିତିଦିନ କେତେ କେତେ,

ପୋଡ଼ା ପତ୍ରର ପାଉଁଶ ପୂବେଇ ପବନକୁ ଡରେ କିଆଁ

ସେକଥା ସେ ଜାଣିଛି,ଯେ ତା'ର ଊଣାଅଧିକେ ପାଇଛି ଛୁଆଁ ।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy