୨୯. ଅଦିନିଆ ବର୍ଷାର ସ୍ପର୍ଶ
୨୯. ଅଦିନିଆ ବର୍ଷାର ସ୍ପର୍ଶ
ତୁମଠୁ ଫେରିଲା ପରେ ପରେ
ବିବଶତା ଭିତରେ ଗତି କରୁଛି
କ୍ଳାନ୍ତ ଅବସନ୍ନ ଆଖି ଆଗରେ
ତୁମ ନିରୀହ ଛବି ନାଚି ଯାଉଛି ।
ଇଚ୍ଛା ହୁଏ ଫେରିବାକୁ ପୁଣି
ତୁମ ବାହୁ ବନ୍ଧନ ପାଖକୁ
ଜୀବନର ପ୍ରତିଟି ମୁହୂର୍ତ୍ତର ଘଟଣା
ତୁମ ଆଗେ କହିଦେବାକୁ ।
ମନେ ଅଛି ନା ଭୁଲିଯାଇଛ ଜାଣେନା
ସେ ଅଦିନିଆ ବରଷାର ସ୍ପର୍ଶ
ଗୋଟେ ଛତା ତଳେ ମନ ମିଶିଥିଲା
ସତେ ହେବାକୁ ଜୀବନ ଅଂଶ ।
ଭୁଲିଯାଇଥିଲେ ମାନ ସମ୍ମାନ
ଥିଲା କେବଳ ଅକୁହା କଥା
ଓଠ ତଳେ ଥିଲା ଅନେକ ବେଦନା
ଆଖି କହୁଥିଲା କଥା ।
ଫେରିଲା ପରେ ସବୁ ସ୍ମୃତି ମନେପଡେ
ପାରେନି ମନଟାକୁ ବୁଝେଇ
ଯେତେ ଚେଷ୍ଟା କରୁଥାଏ ସାଉଁଟିବାକୁ
ଆଖିଲୁହ ଦିଏ ଭିଜେଇ ।
ଯେତେ ସବୁ ପ୍ରେମ ଛଳନାର ଧାରେ
ନେଲା ତୁମକୁ ମୋ ଠାରୁ ଦୂରେଇ
ତଥାପି ଅପେକ୍ଷା ଫେରିବା ବାଟକୁ
ଯେତେ ଦେଲେ ତୁମେ ଆଡେଇ ।
