STORYMIRROR

Amit Bal

Romance Tragedy

3  

Amit Bal

Romance Tragedy

(୨୬)*ପ୍ରଥମ ପ୍ରେମର ସୁରଭି *

(୨୬)*ପ୍ରଥମ ପ୍ରେମର ସୁରଭି *

1 min
261

ପ୍ରଥମ ପ୍ରେମର ସ୍ମୃତି 

      କହନ୍ତି ସବୁଦିନେ ଅପାଶୋରା ଅନୁଭୂତି

ତାକୁ କୁଆଡେ ଭୁଲୁ ଭୁଲୁ

         ପାହି ଯାଏ ଜୀବନର ଅନ୍ତିମ ରାତି ,


ତା' ଦେହକୁ ଛୁଇଁ ଥାଏ 

      ସତେ ଯେମିତି ସମୟର

             ଅସରନ୍ତି ଯାଦୁକରୀ ସ୍ପର୍ଶ ,

ତା' ସିଞ୍ଚିତ ସୁରଭିରେ

     ମହକିତ ଜୀବନ ଝୁରେ ତାକୁ

           ଝୁରିବନି ଭାବି ବର୍ଷ ବର୍ଷ ...…


ସତରେ କ'ଣ ଭାରି ମିଠା

       ଅତୀତର ସେ ରୋମାଞ୍ଚିତ ବାସ୍ନା ,

ହଁ ହୋଇଥିବ ନିଶ୍ଚିତରେ

     ସେଇଥିପାଇଁ ଭୁଲି ହୁଏନା ସେ ତୃଷ୍ଣା ......


ସମୟର କାଳଖଣ୍ତରେ ଉଦବୁଦ୍ଧ ହୋଇ ପ୍ରେମୀ

           ଜୀବନକୁ ତିଳ ତିଳ କରେ

କେବେ ନିଜେ ମରେ ତମାମ ଜୀବନ ଜଳିଜଳି

          କେବେ ପୁଣି ଅନ୍ୟକୁ ମାରେ ......!

           


       


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance