(୨୬)*ପ୍ରଥମ ପ୍ରେମର ସୁରଭି *
(୨୬)*ପ୍ରଥମ ପ୍ରେମର ସୁରଭି *
ପ୍ରଥମ ପ୍ରେମର ସ୍ମୃତି
କହନ୍ତି ସବୁଦିନେ ଅପାଶୋରା ଅନୁଭୂତି
ତାକୁ କୁଆଡେ ଭୁଲୁ ଭୁଲୁ
ପାହି ଯାଏ ଜୀବନର ଅନ୍ତିମ ରାତି ,
ତା' ଦେହକୁ ଛୁଇଁ ଥାଏ
ସତେ ଯେମିତି ସମୟର
ଅସରନ୍ତି ଯାଦୁକରୀ ସ୍ପର୍ଶ ,
ତା' ସିଞ୍ଚିତ ସୁରଭିରେ
ମହକିତ ଜୀବନ ଝୁରେ ତାକୁ
ଝୁରିବନି ଭାବି ବର୍ଷ ବର୍ଷ ...…
ସତରେ କ'ଣ ଭାରି ମିଠା
ଅତୀତର ସେ ରୋମାଞ୍ଚିତ ବାସ୍ନା ,
ହଁ ହୋଇଥିବ ନିଶ୍ଚିତରେ
ସେଇଥିପାଇଁ ଭୁଲି ହୁଏନା ସେ ତୃଷ୍ଣା ......
ସମୟର କାଳଖଣ୍ତରେ ଉଦବୁଦ୍ଧ ହୋଇ ପ୍ରେମୀ
ଜୀବନକୁ ତିଳ ତିଳ କରେ
କେବେ ନିଜେ ମରେ ତମାମ ଜୀବନ ଜଳିଜଳି
କେବେ ପୁଣି ଅନ୍ୟକୁ ମାରେ ......!

