STORYMIRROR

Amit Bal

Tragedy

4  

Amit Bal

Tragedy

(୨୨) # ଭିଟାମାଟି #

(୨୨) # ଭିଟାମାଟି #

1 min
174

ଏମିତି ହିଁ ବିଷାଦ ଓ ବିସ୍ତୃତିର

         ଅଭାବନୀୟ ପରିସ୍ଥିତି ଭିତରେ

ସେଦିନ ସେମାନେ ଭିଟାମାଟି ଛାଡ଼ି ଥିବେ,

ଆପଣାର ଠାବ ନ ପାଇ

          ଏତେ ତେଣେ ଧାଇଁ ଥିବେ .......


କେତେ କେତେ ପ୍ରତିଧ୍ଵନି ହୁଏତ

           ହୋଇ ଯାଇଥିବ ନିସ୍ତବ୍ଧ,

ପବନ ଉଡ଼ାଇ ନେଇଥିବା ସେ ଆକୁଳ କ୍ରଦନକୁ

 ଚାହିଁଲେ ବି କିଏ କାହାକୁ ଶୁଣିପାରି ନ ଥିବେ

 ଅଧିକନ୍ତୁ ଆଖି ଆଗର ଦୃଶ୍ୟ ଦେଖି ହୋଇଥିବେ ସ୍ତବ୍ଧ ...


କଢଟିଏ ଫୁଲ ହୋଇ ଫୁଟିବା ଆଗରୁ

                    ଯାଇଥିବ ମଉଳି ,

ଥରେ ଥରେ ଚିନ୍ତା କଲେ ଲାଗେ

   କେମିତି କରିପାରିଥିବ ମଣିଷ ମଣିଷ ସାଥେ ଏଭଳି ...

 

କାହାକୁ ନିଜ ସାତ ପୁରୁଷର ଭିଟାମାଟିରୁ ତଡି ଦେଇ,

 କେଉଁ ପୈାରୁଷ ଦେଖାଇଲ କୁହ ତମେ ମଣିଷ ହୋଇ !


ତୁମେ ହୁଏତ ଜାଣି ପାରିଲନି

   ତୁମ ରକ୍ତରେ ଲେଖା ହେଲା

         ମାନବିକତାର କଳଙ୍କିତ ଇତିହାସ,

ହଁ ତାହାରି ପାଇଁ ତୁମକୁ ବି ଦିନେ

     କରିବାକୁ ହେବ ପ୍ରାୟଶ୍ଚିତ

         ଈଶ୍ଵରଙ୍କ ଠାରେ ଅଛି ମୋ ଦୃଢ଼ ବିଶ୍ୱାସ ...

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy