STORYMIRROR

Amit Bal

Action Inspirational Thriller

3  

Amit Bal

Action Inspirational Thriller

(୨୧)# ନାଲି ରକ୍ତ #

(୨୧)# ନାଲି ରକ୍ତ #

1 min
206

ପୁଅର ଦେହରେ ନାଲି ରକ୍ତର ଛିଟା ଦେଖି

    କୋଉ ମା' ପାରିବ କହିଲ ନିଜକୁ ସମ୍ଭାଳି ରଖି ,

ମାଟିରେ ମିଶି ସାରିଛି ଯେବେ ଛାତିର କଲିଜା

       ଆଉ କ'ଣ ରହିଲା ଏଠି ଜୀବନରେ ବାକି ,


ଏବେ ହିଁ ତ ସେ ନୂଆ ନୂଆ 

           ପାଦ ରଖିଥିଲା ନିଜ ଯୈ।ବନରେ

ଦେଶପ୍ରେମରେ ଉଦବୁଦ୍ଧ ହୋଇ

           ଯୋଗ ଦେଇଥିଲା ସେନାବାହିନୀରେ ,


କିନ୍ତୁ ଏ କ'ଣ ବିଧାତା ହଠାତ୍ ବଦଳାଇଲା କଡ଼

    ମା'ର ଆତୁର ଆଖିରେ ଅପ୍ରାପ୍ତିର ଭୀଷଣ ଝଡ,

ପଲକ ମାତ୍ରକେ ନିଜଠାରୁ ଦୂରେଇ ଦେଇ

  ପୁଅ ଚାଲିଗଲା ମା'କୁ ଚିରଦିନ ପାଇଁ ସୂଅରେ ଭସାଇ,


କିଏ ପୋଛି ଦେବ ମା' ଛାତିର ସେ ନାଲି ରକ୍ତକୁ

          ଅନ୍ତଃସ୍ବରର ଏ କ୍ଷୀଣ ଓ ଦୁର୍ବଳ ମୂହୁର୍ତ୍ତରେ

ତ୍ୟାଗ ବଳିଦାନ ସମର୍ପଣର ନିର୍ଭୀକ ପ୍ରତିବିମ୍ବ ହୋଇ

         ପୁଅ ଶହୀଦ ହୋଇଗଲା ପରେ ସୀମାନ୍ତରେ ,


ହଁ ଲୁହ ବି ଅଭିଶପ୍ତ ଲାଗେ ଏ ଲହୁ ଆଗରେ

    ଫୁଙ୍ଗୁଳା ଛାତି,ରକ୍ତରେ ଭିଜେ ଯେବେ ଶହୀଦ ନାଁରେ

ମାଟିର ମମତାରେ ବନ୍ଧା ଜୀବନ ତୁଟେଇ

   ଜିଇଁବା ଭୁଲିଯାଏ ଯେବେ ସେ ତ୍ରିରଙ୍ଗା ବିନିମୟରେ ।

          


       


        






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action